Latest Odisha News

BREAKING NEWS

ସ୍ୱାମୀଙ୍କ ସହ ଡେଟରେ ଯାଇ ଚର୍ଚ୍ଚାରେ ପ୍ରିୟଙ୍କା; ଭାଇରାଲ୍‌ ହେଉଛି ଫଟୋ

ନୂଆଦିଲ୍ଲୀ : ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ନିଜ ଗ୍ଲାମର ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା । ବର୍ତ୍ତମାନ ସେ କୌଣସି ଲୁକ୍‌ କିମ୍ବା ସିନେମା ପାଇଁ ନୁହେଁ ବରଂ ସ୍ୱାମୀଙ୍କ ସହ ଡେଟ୍‌ କରିବାକୁ ଯାଇ ଚର୍ଚ୍ଚାରେ ଦେଶୀ ଗାର୍ଲ । ସ୍ୱାମୀଙ୍କ ସହ ଡେଟକୁ ଯିବା ପାଇଁ କୌଣସି ବିଳାସ ପୂର୍ଣ୍ଣ କାର୍‌ ରେ ନୁହେଁ ଅଟୋରେ ଯାତ୍ରା କରି ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ।

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ ଜୋନସଙ୍କ ସହ ଭାରତ ଆସିଛନ୍ତି । ପ୍ରିୟଙ୍କା ଚୋପ୍ରା ତାଙ୍କ ହଲିଉଡ ଫିଲ୍ମ ‘ସିଟାଡେଲ’ର ପ୍ରମୋସନ ପାଇଁ ଆସିଛନ୍ତି । ନିକଟରେ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ସମୟରେ ପ୍ରିୟଙ୍କା ଚୋପ୍ରା ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ମଲ୍ଟି ରଙ୍ଗର ଡ୍ରେସରେ ନଜର ଆସିଥିବା ବେଳେ ନିକ ଜୋନାସ ବ୍ଲୁ ସୁଟରେ ନଜର ଆସିଛନ୍ତି । ଏହି ଫଟୋ ସହିତ ପ୍ରିୟଙ୍କା ଚୋପ୍ରା ଏକ କ୍ୟାପସନ୍ ଲେଖିଛନ୍ତି କି’ସେ ନିକ ଜୋନାସଙ୍କ ସହ ଡେଟରେ ଯାଇଥିଲେ । ସେ ପୁଣି ଲେଖିଛନ୍ତି, ‘‘ଡେଟ୍ ନାଇଟ ଔର ଏକ (ରିକ୍ସା ଇମୋଜି)… ମୋର ସବୁଦିନର ସାଥୀ ନିକ ଜୋନାସଙ୍କ ସହ ’’

ହଲିଉଡ୍ ଅଭିନେତା ନିକ ଜୋନସଙ୍କ ସହ ଏକ ଅଟୋ ରିକ୍ସାରେ ପୋଜ୍ ଦେଉଥିବା ନଜର ଆସିଛନ୍ତି । ଫଟୋରେ ଉଭୟ ଦମ୍ପତ୍ତି ବହୁତ୍ ସୁନ୍ଦର ମଧ୍ୟ ଦେଖାଯାଉଛି । ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କ ଏହି ନୂଆ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

 

Leave A Reply

Your email address will not be published.