Latest Odisha News

BREAKING NEWS

ଝିଅର ମଙ୍ଗଳ ପାଇଁ ସିଦ୍ଧିବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରିୟଙ୍କା

ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଝିଅ ମାଲତୀ ମ୍ୟାରି ଚୋପ୍ରାଙ୍କ ସହ ପୂଜାର୍ଚ୍ଚନା କରିଛନ୍ତି । ପ୍ରିୟଙ୍କା ଏବଂ ତାଙ୍କ ଝିଅ ପୂଜାପାଠ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ସେ ଏକ ପାରମ୍ପରିକ ନୀଳରଙ୍ଗର ଡ଼୍ରେସ ପିନ୍ଧିଥିବା ବେଳେ ତାଙ୍କ ଝିଅ ଏକ ଧଳା ରଙ୍ଗର ଫ୍ରକ୍ ପିନ୍ଧିଛନ୍ତି । ଉଭୟ ଖୁବ୍ ସୁନ୍ଦର ଦିଶୁଛନ୍ତି । ପୂଜକ ସିଦ୍ଧିବିନାୟକଙ୍କ ବସ୍ତ୍ର ପ୍ରିୟଙ୍କା ଓ ତାଙ୍କ ଝିଅଙ୍କୁ ପ୍ରଦାନ କରିଛନ୍ତି । ପ୍ରିୟଙ୍କା ଝିଅର ମଙ୍ଗଳ ପାଇଁ ଏହି ପୂଜା କରିଛନ୍ତି ।

ଗତ ସପ୍ତାହରେ ପ୍ରିୟଙ୍କା ତାଙ୍କ ସ୍ୱାମୀ ନିକ ଜୋନାସ ଏବଂ ଝିଅ ସହ ମୁମ୍ବାଇ ଆସିଥିଲେ । ୨୦୧୮ ମସିହାରେ ପ୍ରିୟଙ୍କା ଓ ନିକ୍ ବିବାହ କରିଥିଲେ । ୨୦୨୨ ମସିହା ଜାନୁୟାରୀରେ ପ୍ରିୟଙ୍କା ଓ ନିକ୍ ମାଲତୀଙ୍କୁ ଗ୍ରହଣ କରିଥିଲେ । ପରେ ତାଙ୍କ ଝିଅ ସରୋଗେସି ଜରିଆରେ ଜନ୍ମ ହୋଇଥିବାରୁ ତାଙ୍କୁ ବହୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା ।

Leave A Reply

Your email address will not be published.