Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ନେଇ ସମସ୍ତ ଜିଲ୍ଲାପାଳଙ୍କୁ SRCଙ୍କ ଚିଠି, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ସାଗରରେ ଆସନ୍ତା ୨୨ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟ ହୋଇପାରେ । ଏହା କ୍ରମଶଃ ଘନୀଭୂତ ହୋଇ ୨୪ ତାରିଖ ବେଳକୁ ବାତ୍ୟାର ରୂପ ନେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ନେଇ ଆକଳନ କରାଯାଇଛି ।

ପ୍ରଭାବରେ ଉପକୂଳ ଓଡ଼ିଶାରେ ୨୫ ତାରିଖରୁ ପ୍ରବଳ ବର୍ଷା ହୋଇ ଧୀରେ ଧୀରେ ବଢ଼ିବ । ୨୩ ତାରିଖରୁ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବ । ବେଳେବେଳେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ରହିବ । ୨୪ ତାରିଖରୁ ପବନର ବେଗ କେନ୍ଦ୍ରୀୟ ବଙ୍ଗୋପସାଗର ଆସ୍ତେ ଆସ୍ତେ ବଢ଼ିବ । ୨୫ ସନ୍ଧ୍ୟାରୁ ପବନର ବେଗ ଆହୁରି ବଢ଼ିବ ।

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଉଚ୍ଚ ଜୁଆର ଆସିବ । ତେଣୁ ୨୩ରୁ ୨୫ ଯାଏ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ୨୪ରୁ ୨୭ ଯାଏ ଉପକୂଳ ଓଡ଼ିଶାରେ ସମୁଦ୍ର ଅଧିକ ଅଶାନ୍ତ ହୋଇ ପଡ଼ିବ । ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ୨୩ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ ପାଣିପାଗ ପରାମର୍ଶ ଦେଇଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Leave A Reply

Your email address will not be published.