Latest Odisha News

BREAKING NEWS

କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ଆନ୍ଧ୍ରପ୍ରଦେଶ: କରୋନା ନେଲା ୨ ଟଙ୍କିଆ ଡାକ୍ତରଙ୍କ ଜୀବନ । ସେବାରେ ହିଁ ଚାଲିଗଲା କରୋନା ଯୋଦ୍ଧାଙ୍କ ଜୀବନ । ଅନ୍ୟକୁ ଜୀବନ ଦାନ ଦେଉଥିବା ମଣିଷଟିଏ କରୋନାର କବଳରୁ ନିଜକୁ ବଂଚାଇ ପାରିଲେନି ।

୨ଟଙ୍କାରେ ରୋଗୀଙ୍କ ସେବା କରିବା ନେଇ ଚାରିଆଡୁ ଚର୍ଚ୍ଚା ସାଉଁଟିଥିବା ଆନ୍ଧ୍ରପ୍ରଦେଶର ଲୋକପ୍ରିୟ ଡାକ୍ତର କେ. ଏମ ଇସ୍ମାଇଲ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ତାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ତାଙ୍କ ଦ୍ୱାରା ଚିକିତ୍ସିତ ହୋଇଥିବା ଲୋକ ତାଙ୍କୁ ଝୁରୁଛନ୍ତି । ସମସ୍ତେ ଛାତି ବାଡେଇ କାନ୍ଧୁଛନ୍ତି ।

ଚେନ୍ନାଇର ୬୭ ବର୍ଷିୟ ଡାକ୍ତର କେ. ଏମ ଇସ୍ମାଇଲ ମାତ୍ର ୨ ଟଙ୍କା ଫି ନେଇ ରୋଗୀ ସେବା କରୁଥିଲେ । ଦେଶରେ ସଂକ୍ରମଣ ଭୟ ଭିତରେ ଦିଲ୍ଲୀ ନିଜାମୁଦିନରେ ଆୟୋଜିତ ଧାର୍ମିକ ସଭାରେ ଯୋଗ ଦେଇଥିବା ଲୋକଙ୍କୁ ଚିହ୍ନଟ କରିବାରେ ଡାକ୍ତର ସରକାରଙ୍କୁ ସହାଯ୍ୟ କରୁଥିଲେ । ରୋଗୀ ସେବା କରିବା ସହ ଏପ୍ରିଲ ୧୦ ପର‌୍ୟ୍ୟନ୍ତ ଘର ଘର ବୁଲି ଜମାତିଙ୍କୁ ଚିହ୍ନଟ କାମରେ ଲାଗିଥିଲେ ।

କିଛି ଦିନ ପୂର୍ବରୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖାଦେଇଥିଲା । ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ପରେ ସେ କରୋନାରେ ପୀଡ଼ିତ ଥିଲେ ବୋଲି ରିପୋର୍ଟରୁ ଜଣାପଡିଛି । ସେପଟେ ଡାକ୍ତରଙ୍କ ଘରର କିଛି ଲୋକ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.