Latest Odisha News

BREAKING NEWS

ଶୁଖିଲା ଖାଦ୍ୟ ବଣ୍ଟନରେ ହେରଫେର ଅଭିଯୋଗ

ସୋନପୁର : ଶୁଖିଲା ଖାଦ୍ୟ ବଣ୍ଟନରେ ପାତର ଅନ୍ତର ଅଭିଯୋଗ l ଅସହାୟ ଗରିବ ଲୋକଙ୍କୁ ଦିଆଯାଉଛି ଶୁଖିଲା ଖାଦ୍ୟ । ସୁବର୍ଣ୍ଣପୁର ଜିଲ୍ଳା ବିଜୁ ଜନତା ଦଳ ତରଫରୁ ସହରର ବିଭିନ୍ନ ବର୍ଗର ନିସହାୟ ପରିବାର ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି l ତେବେ ଏହି ଶୁଖିଲା ଖାଦ୍ୟ ବଣ୍ଟନ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

କିଛି ସ୍ଥାନରେ ଲୋକଙ୍କୁ ସଠିକ୍ ଭାବେ ଖାଇବା ମିଳୁଥିବା ବେଳେ କିଛି ସ୍ଥାନରେ ବଣ୍ଟନରେ ହେରଫେର କରାଯାଉଥିବା ଅଭିଯୋଗ ହେଉଛି l ସୋନପୁର ପୌରପରିଷଦର ୧୪ ନମ୍ବର ୱାର୍ଡରେ ଖାଦ୍ୟ ବଣ୍ଟନ ସମୟରେ ଏପଟ ସେପଟ କରାଯାଉଥିବା ହୋଇଛି ଅଭିଯୋଗ । ତେବେ ବଣ୍ଟନ ସମୟରେ ସଠିକ ତାଲିକା ପ୍ରସ୍ତୁତ କରାଯାଇନଥିବା କୁହାଯାଉଛି । ଯାହା ପାଇଁ ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ଅନିୟମିତତା ଦେଖାଦେଇଛି ।।

Leave A Reply

Your email address will not be published.