Latest Odisha News

BREAKING NEWS

କୋଭିଡ୍ ସେଣ୍ଟର ବର୍ଜ୍ୟବସ୍ତୁ ନେଇ ବଢୁଛି ଅସନ୍ତୋଷ

ତାଳବଣିଆ : କୋଭିଡ୍ ସେଣ୍ଟରରେ ବ୍ୟବହୃତ ବର୍ଜ୍ୟବସ୍ତୁ ନେଇ ବଢୁଛି ଅସନ୍ତୋଷ । ତାଳବଣିଆ ପାଖରେ ଏଭଳି କୋଭିଡ ବର୍ଜ୍ୟବସ୍ତୁ ଚାରିଆଡେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି | ପୂର୍ବରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କୋଭିଡ କେୟାର ସେଣ୍ଟରରେ କରୋନା ବର୍ଜ୍ୟବସ୍ତୁ ଏଣେତେଣେ ବିଛାଡି ହୋଇ ପଡ଼ିଥିବା ନେଇ ବିରୋଧ କରାଯାଇଥିଲା । ପରେ ଜିଲ୍ଲା ପ୍ରଶାସନ ବର୍ଜ୍ୟବସ୍ତୁ ଅପସାରଣ ବ୍ୟବସ୍ଥା କରିଥିଲେ |

BjdElectrycity

ଏବେ ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ତାଳବଣିଆ ଅଞ୍ଚଳରେ | ଖୋଲାଖୋଲି ଭାବେ ତାଳବଣିଆ ଥାନା ପାଖରେ ଏଭଳି କୋଭିଡ ବର୍ଜ୍ୟବସ୍ତୁ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଲୋକମାନେ | ଭୁଦାନ ଛକରୁ କେନ୍ଦ୍ରୀୟ ବିଦ୍ୟାଳୟ ଯିବା ରାସ୍ତାରେ ଏକ ବରଗଛ ମୂଳରେ ୧୫ରୁ ଉର୍ଦ୍ଧ ବଡ଼ ବଡ଼ ଜରିରେ କିଛି ବନ୍ଧା ହୋଇ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା | ଯେଉଁଥିରେ ପିପିଈ କିଟ, ସିରିଞ୍ଜ, ଗ୍ଲୋବ୍ସ, ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ ଥିବା ଦେଖିବାକୁ ମିଳିଛି |

ଏହା କେଉଁଠି ନା କେଉଁଠି ସଂକ୍ରମଣର ଭୟ ସୃଷ୍ଟି କରିଥିବା ବେଳେ ଏଭଳି ରାସ୍ତାରେ କିଏ ଏବଂ କଣ ପାଇଁ ପକାଇଛି ତାହା ଚିନ୍ତା ବଢୁଛି । ସେପଟେ ଘଟଣା ନେଇ ଜାଣିବା ପରେ ସବୁ ଆବର୍ଜନା ପୋଡି ଦିଆଯାଇଛି ।।

Leave A Reply

Your email address will not be published.