Latest Odisha News

BREAKING NEWS

ଯୁକ୍ତ ୩ ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ, ବିଭନ୍ନ କଲେଜରେ ଛାତ୍ରଛାତ୍ରୀଙ୍କ କଲେ ଆବେଦନ

ଭୁବନେଶ୍ୱର : ସୋମବାରଠୁ ଆରମ ହୋଇଛି ଯୁକ୍ତ୩ କଲେଜରେ ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା । ରାଜ୍ୟରେ ଥିବା ସମସ୍ତ ସ୍ୱୟଂଶାସିତ ତଥା ଯୁକ୍ତ୩ ମହାବିଦ୍ୟାଳୟ ମାନଙ୍କରେ ରହିଥିବା ଖାଲି ସିଟ୍ ପୂରଣ ଲାଗି ବିଭିନ୍ନ କଲେଜରେ ନାମଲେଖା ଆରମ୍ଭ ହୋଇଯାଇଛି ।

ଜୁଲାଇ ୩୦ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଅଫ ଲାଇନରେ କମନ ଆପ୍ଲିକେସନ ଫର୍ମ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

ନାମଲେଖାଇବାକୁ ଆବେଦନ କରିଥିବା ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ଏକ ତାଲିକା ଅଗଷ୍ଟ ୭ତାରିଖରେ ସମସ୍ତ କଲେଜରେ ପ୍ରକାଶିତ ହେବ । ଅଗଷ୍ଟ ୮ ଓ ୯ ତାରିଖରେ ତାଲିକାରେ ଥିବା ଯୋଗ୍ୟ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇପାରିବେ ।

ସେହିପରି ଅଗଷ୍ଟ ୧୧ତାରିଖରେ କଲେଜ ଗୁଡ଼ିକ ଇ-ସ୍ପେସରେ ଅପଡ଼େଟ କରି ନାମଲେଖାଇବେ ।

ତେବେ ସମ୍ମାନ ଓ ସାଧାରଣ ବର୍ଗରେ ଖାଲିଥିବା ସିଟ ଅନୁସାରେ ନାମଲେଖା ହେବ । ଏହି ପର୍ଯ୍ୟାୟରେ କଟଅଫ ମାର୍କ ଧରାଯିବ ନାହିଁ । ସଂରକ୍ଷିତ ସିଟ ପୂରଣ ନହେଲେ ସାଧାରଣ ବର୍ଗକୁ ଯିବ ।

ଏଠାରେ ସୂଚନାଯୋଗ୍ୟ ପ୍ରଥମପର୍ଯ୍ୟାୟ ନାମଲେଖା ପରେ ମଧ୍ୟ ୫୨ ହଜାର ସିଟ ଏପର୍ଯ୍ୟନ୍ତ ଖାଲି ରହିଛି ।

Leave A Reply

Your email address will not be published.