Latest Odisha News

BREAKING NEWS

ଆଜି ଶ୍ରାବଣର ପ୍ରଥମ ସୋମବାର: କାଉଡ଼ିଆଙ୍କ ଦ୍ୱାରା ମହାଦେବଙ୍କୁ ପବିତ୍ର ଜଳାଭିଷେକ

ଭୁବନେଶ୍ୱର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଓଡ଼ିଶାର ପ୍ରମୁଖ ଶୈବପୀଠରେ ନାହିଁ ନଥିବା ଭିଡ଼ । ହଜାର ହଜାର ଶ୍ରଦ୍ଧାଳୁମାନେ ଦେବ ଦେବ ମହାଦେବଙ୍କୁ ପବିତ୍ର ଜଳାଶୟରୁ ଜଳ ନେଇ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି ।

ମହାଦେବଙ୍କ ଶୁଭାଶୀର୍ବାବ ନେଇ କାଉଡ଼ିଆ ମାନେ ନିଜକୁ ଧନ୍ୟ ମନେ କରୁଛନ୍ତି ।

ଆଜି ସକାଳେ ରାଜ୍ୟର ପ୍ରାୟ ସମସ୍ତ ଶୈବପୀଠ ଗୁଡ଼ିକରେ ଲମ୍ବାଧାଡ଼ି ଦୃଷ୍ଟିଗୋଚର ହୋଇଛି । କାଉଡ଼ିଆମାନେ ଗେରୁଆ ଲୁଗା ପିନ୍ଧି କାନ୍ଧରେ କାଉଡ଼ି ପିନ୍ଧି ପବିତ୍ର ଭାବନାରେ ‘ବୋଲ ବମ’ କହି ସମ୍ପୂର୍ଣ୍ଣ ବିଶ୍ୱାସରେ ଆଗେଇ ଚାଲିଛନ୍ତି ମାଇଲ ମାଇଲ ବାଟ ।

ଶିବ ମନ୍ଦିରରେ ପହଞ୍ଚି ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପୂର୍ବକ ସାଙ୍ଗରେ ଆଣିଥିବା ଜଳକୁ ପବିତ୍ର ଜ୍ୟୋତିର୍ଲିଙ୍ଗ ଉପରେ ଢାଳୁଛନ୍ତି । ସମ୍ପୂର୍ଣ୍ଣ ଶୁଦ୍ଧ ଭାବନାରେ ନିଜର ମାନସିକ ପୂର୍ଣ୍ଣ କରିବାକୁ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି ଅସଂଖ୍ୟ କାଉଡ଼ିଆ ।

ଆଜି ପ୍ରାତଃକାଳରୁ ରାଜ୍ୟର ବିଭିନ୍ନ ଶୈବପୀଠ ଯଥା –

ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର, ଢେଙ୍କାନାଳ କପିଳାସ ଚନ୍ଦ୍ରଶେଖର, ଭଦ୍ରକ ଆରଡ଼ି ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର, ପୁରୀ ଲୋକନାଥ, ବାଲେଶ୍ୱର ନୀଳଗିରିର ଚନ୍ଦନେଶ୍ୱର, ଶରଣକୂଳର ବାବା ଲଡୁକେଶ୍ୱର ଆଦି ପୀଠ ଗୁଡ଼ିକରେ ସକାଳୁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିଛି ।

 

ଶୈବପୀଠ ଗୁଡ଼ିକରେ ପହଞ୍ଚିବା ପରେ ବହୁସଂଖ୍ୟାରେ ଭକ୍ତମାନେ ତାଙ୍କର ଆରାଧ୍ୟ ଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରି ଜଳାଭିଷେକ କରୁଥିବାର ଦେଖାଯାଇଛି ।

ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସ୍ଥାନୀୟ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ବିଭିନ୍ନ ଜଳାଶୟ ନିକଟରେ ଓଡ୍ରାଫ ଟିମକୁ ମୂତୟନ କରିଛନ୍ତି ।

ବିଭିନ୍ନ ନଦୀ, ପୁଷ୍କରିଣୀରୁ ପାଣି ସଂଗ୍ରହ କରିବା ସମୟରେ ଯେପରି କୌଣସି ଅଘଟଣ ନଘଟେ ସେଥିପ୍ରତି ଓଡ୍ରାଫ ଟିମ ସଜାଗ ରହିଛନ୍ତି ।

Leave A Reply

Your email address will not be published.