Latest Odisha News

ମହିଳା ସାମ୍ବାଦିକଙ୍କୁ ମାଡ ମାରି ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର: ଗିରଫ ହେଲେ ଟୁଟୁ ନାୟକ । ମହିଳା ସାମ୍ବାଦିକଙ୍କୁ ମାଡ ମାରିଥିବା ଅଭିଯୋଗରେ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ଆଜି ତାଙ୍କୁ ଥାନାକୁ ଆଣି ଜେରା କରୁଥିଲା । ଏହା ପରେ ଗିରଫ କରିଛି ପୋଲିସ  । ଏନେଇ ସୂଚନା ଦେଇଛନ୍ତି, ଜୋନ୍‌-୪ ଏସିପି ମାନସ ଗଡ଼ନାୟକ  ।  ମହିଳା ସାମ୍ବାଦିକାଙ୍କୁ ମାଡ ସମ୍ପର୍କରେ  ଟୁଟୁଙ୍କୁ  ଜେରା କରିବା  ପରେ ତାଙ୍କୁ ଗିରଫ କରିଛି ଖାରବେଳନଗର ପୋଲିସ ।

ସାମ୍ବାଦିକାଙ୍କୁ ମାଡ ଘଟଣା ବିବାଦୀୟ ରୂପ ନେଉଥିବାବେଳେ ଆଜି ଟୁଟୁ ନାୟକଙ୍କୁ ଖାରବେଳନଗର ପୋଲିସ ଥାନାରେ ଜେରା କରୁଥିଲା । ତେବେ ଟୁଟୁ ନାୟକ ନିଜେ ଆସି ନାହାନ୍ତି, ତାଙ୍କୁ ଅଣା ଯାଇଛି ବୋଲି ପୋଲିସ କହିଥିଲା ।

ଏପଟେ  ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ ।  ଘଟଣା ସମ୍ପର୍କରେ ପୋଲିସ କମିଶନରଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ।

ଅନ୍ୟପକ୍ଷେ ମହିଳା ସାମ୍ବାଦିକ ସଂଘ ନ୍ୟାୟ ପ୍ରଦାନ ଦାବିରେ ଡିସିପିଙ୍କୁ ଭେଟି ଟୁଟୁ ନାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ସିସିଟିଭି ଫୁଟେଜ ଆଧାରରେ ନିରପେକ୍ଷ ତଦନ୍ତ କରିବା ସହ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଡିସିପି ।

ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ମଧ୍ୟ କଡା ପ୍ରତିକ୍ରିୟା ରଖିବା ସହ  ପ୍ରଯୋଜକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ଏ ସବୁ ଚାପ ପରେ ଆଜି ଟୁଟୁ ନାୟକଙ୍କୁ  ଗିରଫ କରିଛି ପାେଲିସ ।

Leave A Reply

Your email address will not be published.