Latest Odisha News

BREAKING NEWS

କିଟ୍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ସସ୍ମିତାରାଣୀ ସାମନ୍ତ

ଭୁବନେଶ୍ୱର : କିଟ୍ ବିଶ୍ୱ ବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ସସ୍ମିତାରାଣୀ ସାମନ୍ତ । ଶୁକ୍ରବାର ସ୍ମିତାରାଣି କିଟ୍ ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ହୃଷୀକେଶ ମହାନ୍ତିଙ୍କ କାର୍ୟ୍ୟକାଳ ଶେଷ ହେବାପରେ ପରେ କୁଳାଧିପତି ପ୍ରଫେସର ବେଦ ପ୍ରକାଶ ପ୍ରଫେସର ସସ୍ମିତା ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ।

BjdElectrycity

ଏହା ପୂର୍ବରୁ ପ୍ରଫେସର ସାମନ୍ତ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବଠାରୁ ଆରମ୍ଭ କରି ଉପକୂଳପତି ପର୍ଯ୍ୟନ୍ତ ଦୀର୍ଘ ୨୬ ବର୍ଷ ଧରି କିଟ୍‍ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ କରିଆସିଛନ୍ତି । ଆଜି ପ୍ରଫେସର ମହାନ୍ତିଙ୍କଠାରୁ ପ୍ରଫେସର ସାମନ୍ତ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏଥିପାଇଁ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ ପ୍ରତିଷ୍ଠିତ ଶିକ୍ଷାବିତ୍‍, ଜାତୀୟ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ୟୁଜିସି ପକ୍ଷରୁ ଜଣେ ସଦସ୍ୟଙ୍କୁ ନେଇ ଏକ ୩ ଜଣିଆ ଚୟନ କମିଟି ଗଠନ କରିଥିଲେ । ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପ୍ରଫେସର ସାମନ୍ତଙ୍କ ସମେତ ଚୟନ କମିଟି ୧୩ଜଣଙ୍କ ସାକ୍ଷାତକାର ନେଇଥିଲେ ।

ଚୂଡ଼ାନ୍ତ ପର୍ୟ୍ୟାୟରେ ଚୟନ କମିଟି ୩ଜଣ ପ୍ରାର୍ଥୀଙ୍କ ନାମ କୁଳାଧିପତିଙ୍କ ନିକଟକୁ ପଠାଇଥିଲେ । ଶିକ୍ଷାଦାନ ଓ ପ୍ରଶାସନିକ ଅଭିଜ୍ଞତା ସମେତ ଅନ୍ୟାନ୍ୟ ଦିଗକୁ ବିଚାରକୁ ନେଇ କୁଳାଧିପତି ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ଦେଇଥିଲେ । ଆସନ୍ତା ୫ବର୍ଷ ପାଇଁ ପ୍ରଫେସର ସାମନ୍ତ ଏହି ପଦବୀରେ କାର୍ଯ୍ୟ କରିବେ ।

ଏଥିରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଫେସର ସସ୍ମିତା ସାମନ୍ତଙ୍କ ନେତୃତ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ଆଗକୁ ଆହୁରି ସଫଳତା ହାସଲ କରିବ ବୋଲି ଶ୍ରୀ ସାମନ୍ତ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.