Latest Odisha News

BREAKING NEWS

ଘରେ ପଶି ବ୍ୟବସାୟୀଙ୍କୁ ବେକ କାଟି ହତ୍ୟା

ବାରିପଦା: ଘରେ ପଶି ବ୍ୟବସାୟୀଙ୍କୁ ବେକ କାଟି ହତ୍ୟା । ଫରେଷ୍ଟ କଲୋନୀରେ ବ୍ୟବସାୟୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ବ୍ୟବସାୟୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ହତ୍ୟା ପରେ ଦୁର୍ବୃତ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମୃତକ ଜଣଙ୍କ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ଫରେଷ୍ଟ କଲୋନୀର ସ୍ନେହାଶିଷ ପଣ୍ଡା। ଗତକାଲି ସ୍ନେହାଶିଷ ତାଙ୍କ ଘରେ ଥିବା ବେଳେ ଜଣେ ଦୁର୍ବୃତ୍ତ ଘରେ ପଶିଥିଲେ। ଦୁର୍ବୃତ୍ତ ଜଣଙ୍କ ହଠାତ୍‌ ସ୍ନେହାଶିଷଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ହାଣି ସେଠାରୁ ଏକ ବାଇକ ଯୋଗେ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ । ତେବେ ପରିବାର ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ସ୍ନେହାଶିଷକୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ନେଇ ଅନୁମାନ କରାଯାଇଛି । ତେବେ ସହରରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

Leave A Reply

Your email address will not be published.