Latest Odisha News

BREAKING NEWS

ପରଲୋକରେ ବିଶିଷ୍ଟ କବି ଓ ସମ୍ପାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ

ଭୁବନେଶ୍ବର: ଆଉ ନାହାନ୍ତି ବିଶିଷ୍ଟ କବି ଓ ସମ୍ପାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ । ଫେବୃଆରୀ ୨୬ ତାରିଖ ମଙ୍ଗଳବାର ଦିନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସତ୍ୟନାରାୟଣ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।

ରେଭେନ୍ସା କଲେଜରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ । ଏହା ପରେ ସେ କଟକରୁ ସେହି ସମୟରେ ପ୍ରକାଶ ପାଉଥିବା ଦୈନିକ ସମ୍ବାଦପତ୍ର ‘ନିଉଜ୍ ଅଫ୍ ଦି ଓ୍ବାର୍ଲ୍ଡ’, ଓ କଲିକତାରୁ ପ୍ରକାଶ ପାଉଥିବା ‘ଅମୃତ ବଜାର ପତ୍ରିକା’ର ସମ୍ପାଦନା ବିଭାଗରେ ବହୁ ବର୍ଷ ଧରି କାର୍ଯ୍ୟ କରିଥିଲେ ।

ଓଡ଼ିଆ କବିତାରେ ସନେଟ୍‌ ର ଧାରାକୁ ସେ ଏକ ନୂଆ ପରିଚୟ ଦେଇଥିଲେ । ସେ ଓଡ଼ିଶା ସରକାରଙ୍କ ‘ଉତ୍କଳ ପ୍ରସଙ୍ଗ’ର ପରିଚାଳନା ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ‘ଶବ୍ଦ ସଙ୍ଗମ ଓ ଅନ୍ୟାନ୍ୟ କବିତା’ ତାଙ୍କର ଏକ ବହୁଚର୍ଚ୍ଚିତ କବିତା ସଂକଳନ ।

Comments are closed.