ନୂଆଦିଲ୍ଲୀ: ରୟାଲ ଏନଫିଲ୍ଡ ବାଇକ୍ କୁ ଯୁବବର୍ଗ ବେଶ୍ ପସନ୍ଦ କରନ୍ତି । କମ୍ପାନୀ ନିଜର ଲୋକପ୍ରିୟ ବାଇକ୍ ଗୁରିଲା 450 (Royal Enfield Guerrilla 450 )ପାଇଁ ଏକ ନୂଆ ପିକ୍ସ ବ୍ରୋଞ୍ଜ୍ (Peix Bronze) ରଙ୍ଗ ଆଣିଛି, ଯାହା କେବଳ ମିଡ୍ ସ୍ପେକ୍ ଡ୍ୟାସ୍ ଭାରିଆଣ୍ଟରେ ମିଳିବ । ଏହାର ଏକ୍ସ-ସୋରୁମ୍ ମୂଲ୍ୟ ୨ ଲକ୍ଷ ୪୯ ହଜାର ଟଙ୍କା ରଖାଯାଇଛି । ଗରିଲା 450 ର ଏହି ନୂଆ ଲୁକ୍ ବହୁତ ପ୍ରିମିୟମ୍ ଦେଖାଯାଏ ।
ଏହି ବାଇକ୍ ର ଲୁକ୍ କୁ ଏକ ନୂଆ ସ୍ପର୍ଶ ଦେବା ପାଇଁ ପିକ୍ସ ବ୍ରୋଞ୍ଜ ରଙ୍ଗ ଦିଆଯାଇଛି । ବର୍ତ୍ତମାନ ଆପଣ ଏହାର ଡ୍ୟାସ୍ ଭାରିଆଣ୍ଟରେ ସ୍ମୋକ ସିଲଭର ରଙ୍ଗ ପାଇବେ , ଯାହା ପୂର୍ବରୁ କେବଳ ବେସ୍-ସ୍ପେକ୍ ଆନାଗଲ୍ ଭାରିଆଣ୍ଟରେ ସୀମିତ ଥିଲା । କମ୍ପାନୀର କହିବାନୁସାରେ, ଗ୍ରାହକଙ୍କ ଚାହିଦା ଅନୁଯାୟୀ ଏହି ରଙ୍ଗକୁ ଡ୍ୟାସ୍ ଭାରିଆଣ୍ଟରେ ଅଣାଯାଇଛି ।
ଏହି ବାଇକ୍ ତିନୋଟି ଭ୍ୟାରିଆଣ୍ଟରେ ଉପଲବ୍ଧ । ଏହାର ଆନାଲଗ୍ ଭାରିଆଣ୍ଟରେ ବେସିକ ଫିଚର ଏବଂ ସିଲଭର ସ୍ମୋକ ରଙ୍ଗ ଦିଆଯାଇଛି । ବାଇକର ଏହି ଭାରିଆଣ୍ଟର ମୂଲ୍ୟ ହେଉଛି ୨ ଲକ୍ଷ ୩୯ ହଜାର ଟଙ୍କା । ଡ୍ୟାସ୍ ଭାରିଆଣ୍ଟ ବିଷୟରେ କହିବାକୁ ଗଲେ ଏହାର ମୂଲ୍ୟ ୨ ଲକ୍ଷ ୪୯ ହଜାର ଟଙ୍କା ଏବଂ ଏଥିରେ ଡିଜିଟାଲ୍ ଡିସପ୍ଲେ, ପିକ୍ସ ବ୍ରୋଞ୍ଜ ଏବଂ ସ୍ମୋକ ସିଲଭର ରଙ୍ଗ ରହିଛି ।
ଫ୍ଲାସ୍ ଭାରିଆଣ୍ଟରେ TFT ଡିସପ୍ଲେ, ବ୍ଲୁଟୁଥ୍ କନେକ୍ଟିଭିଟି ଏବଂ ବୋଲ୍ଡ କଲର୍ସ ମିଳେ । ଏହି ବାଇକ୍ ର ସର୍ବାଧିକ ମୂଲ୍ୟ ହେଉଛି ୨ ଲକ୍ଷ ୫୪ ହଜାର ଟଙ୍କା ।
ଗୁରିଲା 450ରେ ଶେରପା 450 ଇଞ୍ଜିନ୍ ଲାଗିଛି, ଯାହା Himalayan 450 ଅପେକ୍ଷା ଭଲ ପରଫରମାନ୍ସ ଦେଉଛି । ଏହା 452 cc, ସିଙ୍ଗଲ ସିଲିଣ୍ଡର, ଲିକ୍ବିଡ୍-କୋଲ୍ଡ ଇଞ୍ଜିନ୍ ରହିଛି । ଏହି ଇଞ୍ଜିନ୍ ସହିତ ବାଇକଟି ୮,୦୦୦ rpm ରେ ୩୯.୫୨ bhp ର ପାୱାର ମିଳିଥାଏ ଏବଂ ୫,୫୦୦ rpm ରେ ୪୦ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହି ବାଇକରେ ସ୍ଲିପ୍ ଏବଂ ଆସିଷ୍ଟ କ୍ଲଚ୍ ସହିତ ୬-ସ୍ପିଡ୍ ଗିୟର ବକ୍ସ ଲାଗିଛି ।
Comments are closed.