ଭୁବନେଶ୍ୱର : ମିଛ ଯୋଗ୍ୟତା ପ୍ରମାଣ ପତ୍ର ମାମଲାରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ପଦୋନ୍ନତି ବାତିଲ। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତି ବାତିଲ କରିଛନ୍ତି। ପଦୋନ୍ନତି ବାତିଲ କରିବା ପୂର୍ବରୁ ତାଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଥିଲା। ଏକ ବିଜ୍ଞପ୍ତିରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଅଭୟ ମହାନ୍ତିଙ୍କୁ ଅଧ୍ୟାପକ ଭାବରେ ୧୯୯୭ ଜାନୁଆରୀ ମାସ ୨ ତାରିଖରେ ଅବସ୍ଥାପିତ କରାଯାଇଥିଲା ।ଏଥିପାଇଁ ପେ ସ୍ଲେଲରେ ଦରମା ଦିଆଯାଉଥିଲା।ଅଭୟମହାନ୍ତି କେନ୍ଦ୍ରାପଡ଼ା କଲେଜରୁ ଇଂରେଜୀ ଅଧ୍ୟାପକ ଭାବେ ଅବସର ନେଇଥିଲେ। ପରେ ତାଙ୍କ ନାଁ ରେ ଅଭିଯୋଗ ଆସିଥିଲା ସେ ରିଡର ଭାବେ ରିଟାର୍ଡ କରିଛନ୍ତି। ଏନେଇ ତଦନ୍ତ ଚାଲିଥିଲା।ସେ କୋର୍ଟରେ ମଧ୍ୟ ନକଲି ପ୍ରମାଣ ପତ୍ର ଦାଖଲ କରିଥିଲେ ବୋଲି ଜଣାପଡ଼ିଛି।
BREAKING NEWS
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
Comments are closed.