Latest Odisha News

BREAKING NEWS

ସୌରଶକ୍ତିର ସଠିକ୍ ଉପଯୋଗ ହେଲେ ଶକ୍ତି ସୁରକ୍ଷା ଓ ପରିବେଶଗତ ସ୍ଥିରତା ହାସଲ କରା‌ଯାଇପାରିବ…

କଟକ: ସୌରଶକ୍ତିର ସଠିକ୍ ଉପଯୋଗ ହୋଇପାରିଲେ ଶକ୍ତି ସୁରକ୍ଷା ଏବଂ ପରିବେଶଗତ ସ୍ଥିରତା ହାସଲ କରା‌ଯାଇପାରିବ । ବିଶେଷକରି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ପାଇଁ ଏହା ଏକ ରଣନୈତିକ ଉପକରଣ ଭାବରେ ଗୁରୁତ୍ୱ ବହନ କରିପାରିବ । ଏନେଇ ବୁଧବାର OASME ସଂଘ ସମ୍ମିଳନୀ କକ୍ଷରେ OASME, ପାୱାର ସଲ୍ୟୁସନ୍ସ ଦ୍ବାରା “ନିରନ୍ତର ଶକ୍ତି ସମାଧାନ: ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ସୌରଶକ୍ତି ସମାଧାନକୁ ତ୍ବରାନ୍ବିତିକରଣ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଦୁଇଟି ପ୍ରାଥମିକ ସୌର ଗ୍ରହଣ ପଥ ଯଥା ପ୍ରଥମତଃ ମାଲିକାନା ପାଇଁ ପୁଞ୍ଜି ବ୍ୟୟ ମଡେଲ ଏବଂ ଦ୍ଵିତୀୟତଃ ବିନା ନିବେଶରେ ବ୍ୟବହାର ପାଇଁ ଦେୟ ପଦ୍ଧତି ଦ୍ବାରା ନବୀକରଣ ଶକ୍ତି ସେବା କମ୍ପାନୀ ମହେଲ ଉପରେ କାର୍ଯ୍ୟକ୍ଷମ ଜ୍ଞାନ ସହିତ MSMEରେ ଗୁରୁତ୍ବ ଦିଆଯାଇଥିଲା ।

ସୌରଶକ୍ତିକୁ MSME ପାଇଁ ଏକ ରଣନୈତିକ ଉପକରଣ ଭାବରେ ଗୁରୁତ୍ୱାରୋପ କରାଯାଇଥିଲା । ଯାହା ଦ୍ବାରା ମୂଲ୍ୟ ହ୍ରାସ, ଶକ୍ତି ସୁରକ୍ଷା ଏବଂ ପରିବେଶଗତ ସ୍ଥିରତା ହାସଲ କରା‌ଯାଇପାରିବ ଏବଂ ଓଡ଼ିଶାର ଶିଳ୍ପ ପରିବେଶ ପାଇଁ ଉପଲବ୍ଧ ସବସିଡି, ବୈଷୟିକ ସମାଧାନର ଉପଯୋଗ କରିବା ଉପରେ ସ୍ପଷ୍ଟ ମାର୍ଗଦର୍ଶନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସହ ନିର୍ଦ୍ଦେଶକ, ଡିଏଫଓ ଜଗଦୀଶ ସାହୁ, ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ଫର୍ ପିପୁଲ୍ ଆଣ୍ଡ୍ ପ୍ଲାନେଟ୍ ନିର୍ଦ୍ଦେଶକ ଡି. ପାୱାର ସଲ୍ୟୁସନ୍ସ ନୀତି ଢାଞ୍ଚା, ବିଶ୍ବ ଆର୍ଥିକ ମଡେଲ ଯୋଗ ଦେଇଥିଲେ ।

 

<iframe width=”560″ height=”315″ src=”https://www.youtube.com/embed/g1uvIp9fUJE?si=0QBrmaUdy0oZOud5″ title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe>

Leave A Reply

Your email address will not be published.