Latest Odisha News

BREAKING NEWS

ନୂପୁରଙ୍କ ବିବାଦୀୟ ବୟାନକୁ ନେଇ ରଚା ଯାଉନି ତ ଷଡଯନ୍ତ୍ର !

ନୂଆଦିଲ୍ଲୀ: ପ୍ୟାଗମ୍ବର ମହମ୍ମଦଙ୍କୁ ନେଇ ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ସାରା ଦେଶରେ ଏକ ପ୍ରକାର ଅଶାନ୍ତିର ବାତାବରଣ ଖେଳିଯାଇଛି । ଜୁମେ ନମାଜ ପରେ ପ୍ରଦର୍ଶନକାରୀ ସଡକ ଉପରେ ଏକତ୍ର ହେବା ଏବଂ ଏହା ପରେ ଉଗ୍ର ହେବା ପଛରେ କିଛି ଷଡଯନ୍ତ୍ର ରଚା ଯାଇ ନାହିଁ ତ? ବିରୋଧ ପରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ପ୍ରଥମେ ବିଭିନ୍ନ ମୁସଲିମ ଦେଶ ଏହାକୁ ବିରୋଧ କରିବା ପରେ ଭାରତ ସରକାରଙ୍କ ପକ୍ଷରୁ  ଉତର ଦିଆଯାଇ ସାରିଛି ।

ଏହା ସତ୍ୱେ ଶୁକ୍ରବାର ୟୁପି, ଝାଡଖଣ୍ଡ, ଦିଲ୍ଲୀ, ବିହାର ସମେତ ଅନ୍ୟ କେତେ ରାଜ୍ୟରେ ବିକ୍ଷୋଭକାରୀମାନେ ଉପଦ୍ରବ କରିଥିଲେ । ସବୁଠାରେ ଏକ ସ୍ୱତନ୍ତ୍ର ଶୈଳୀରେ ଏହି ବିରୋଧ ହେଉଥିବାରୁ ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ରଚା ଯାଉଥିବାକୁ ଏଡାଇ ଦେଇ ହେବ ନାହିଁ । କିଛି ରାଜନୈତିକ ପାର୍ଟି ଫାଇଦା ହାସଲ ପାଇଁ ଦେଶରେ ନିଆଁ ଲଗାଇବାକୁ ପଛାଉ ନାହାନ୍ତି । ଇତି ମଧ୍ୟରେ କିଛି ଉଦାହରଣ ମଧ୍ୟ ସମ୍ମୁଖକୁ ଆସି ସାରିଛି ।

Leave A Reply

Your email address will not be published.