Latest Odisha News

ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ମାଲେସିଆ ଆଣୁଛି ନୂଆ ନିୟମ

କୁଆଲାଲାମପୁର: ମାଲେସିଆରେ ଉଚ୍ଛେଦ ହେବ ମୃତ୍ୟୁ ଦଣ୍ଡ । ସରକାର ବାଧ୍ୟତାମୂଳକ ମୃତ୍ୟୁଦଣ୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏବେ ଯେଉଁମାନେ ଅପରାଧ ଅନୁଯାୟୀ ଦଣ୍ଡ ପାଇବେ । କିନ୍ତୁ ମୃତ୍ୟୁ ଦଣ୍ଡ ପାଇବେ ନାହିଁ । ଦେଶର ବିଚାରପତିଙ୍କୁ ମୃତ୍ୟୁ ଦଣ୍ଡର ବିକଳ୍ପ ଦଣ୍ଡାଦେଶ ଦେବାକୁ ସରକାର କହିଥିବା ସୂଚନା ରହିଛି।

ମାଲେସିଆ ସରକାର ମୃତ୍ୟୁ ଦଣ୍ଡାଦେଶ ନିୟମକୁ ସଂଶୋଧନ କରିବାକୁ ଯାଉଛନ୍ତି । ଏ ନେଇ ସଂସଦରେ ଏକି ସଂଶୋଧିତ ବିଧେୟକ ଆଗତ ହେବ । ଯଦି ସାଂସଦ ମାନେ ସମର୍ଥନ କରିବେ ତାହେଲେ ଏହି ମୃତ୍ୟୁ ଦଣ୍ଡ ଉପରେ ରୋକ୍ ଲାଗିବ । ସବୁଠାରୁ ବଡ଼ କଥା ହେଉଛି ଯଦି ମୃତ୍ୟୁଦଣ୍ଡା ଦେଶ ସଂକ୍ରାନ୍ତୀୟ ବିଧେୟକ ପାରିତ ହୁଏ ତାହେଲେ ମାଲେସିଆରେ ୧୩୦୦ରୁ ଅଧିକ ଲୋକ ଫାଶୀ ଦଣ୍ଡାଦେଶରୁ ବର୍ତ୍ତିଯିବେ।

ମୃତ୍ୟୁଦଣ୍ଡ ବିଭିନ୍ନ ଦେଶର ନିୟମ ଉପରେ ନିର୍ଭର କରେ । ଏବେ ମାଲେସିଆରେ ମୃତ୍ୟୁଦଣ୍ଡ ପାଇଁ ୧୧ଟି ଅପରାଧ ଉପରେ ବିଚାର କରାଯାଉଛି।
ଆଇନ ମନ୍ତ୍ରୀ ବାନ୍ ଜୁଣ୍ଡି ଟୁଙ୍କୁ ଜାଫର ଏକ ବିବୃତ୍ତିରେ କହିଛନ୍ତି ଯେ ୧୧ଟି ଅପରାଧ ପାଇଁ ସରକାର ଏବେ ମୃତ୍ୟୁ ଦଣ୍ଡର ବିକଳ୍ପ କଣ ହୋଇପାରିବ ସେ ନେଇ ବିଚାର କରିବେ। ଏହି ନିଷ୍ପତ୍ତି ସମସ୍ତଙ୍କର ଅଧିକାରର ସୁରକ୍ଷା ପାଇଁ ସରକାରଙ୍କ ପ୍ରାଥମିକତା ଏବଂ ଗତିଶୀଳ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବାରେ ଦେଶର ନେତୃତ୍ୱର ସ୍ୱଚ୍ଛତାକୁ ପ୍ରତିଫଳିତ କରୁଛି । ମାଲେସିଆରେ ୧୩୦୦ରୁ ଅଧିକ ଲୋକଙ୍କୁ ଫାଶୀ ଦିଆଯିବାକୁ ଥିବା ବେଳେ ଅଧିକାଂଶ ମାମଲା ଡ୍ରଗ୍ସ ଚାଲାଣ ସହ ଜଡିତ ରହିଛି।

Leave A Reply

Your email address will not be published.