ଭୁବନେଶ୍ୱର: ଆଜି ମିଳିବ ସୁଭଦ୍ରାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା। ରାଜ୍ୟର ୧୮ ଲକ୍ଷରୁ ଅଧିକ ଯୋଗ୍ୟା ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ହିତାଧିକାରୀଙ୍କୁ ସହାୟତା ରାଶି ବାଣ୍ଟିବେ । ଏହା ସହିତ ସାରା ରାଜ୍ୟରେ ‘ସୁଭଦ୍ରା’ ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ, ଯେଉଁମାନଙ୍କୁ ଏହି ଟଙ୍କା ମିଳିନି, ୩ ଓ ୪ ତାରିଖରେ ବ୍ୟାଙ୍କୁ ଯାଇ ଇକେୱାଇସି କ୍ଲିଅର କଲେ ଏହି ଟଙ୍କା ମିଳିବ। ଯଦି ହିତାଧିକାରୀଙ୍କୁ ବ୍ୟାଙ୍କ ଏନପିସିଆଇ କ୍ଲିଅର ହୋଇଯାଇଥିବ, ତେବେ ସେମାନଙ୍କୁ ଏହି ପର୍ଯ୍ୟାୟରେ ଟଙ୍କା ମିଳିଯିବ। ଏହି ପର୍ଯ୍ୟାୟରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଟପିପାରେ।
୩.୩୮ ଲକ୍ଷ ହିତାଧିକାରୀଙ୍କ NPCI କ୍ଲିୟରାନ୍ସ ସମସ୍ୟା ଥିଲା। ସେମାନଙ୍କ ମଧ୍ୟରୁ ୬୮ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି। ବାକି ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ। ଏହାସହ ଯେଉଁମାନେ NPCIରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡ଼ାଯିବ ବୋଲି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ଉଭୟ ପ୍ରଥମ କିସ୍ତି ଓ ଉଭୟ ଦ୍ବିତୀୟ କିସ୍ତିର ଟଙ୍କା ପାଇବେ।
ତେବେ ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ବଣ୍ଟନ କରାଯିବ । ଏନେଇ ଯାଜପୁରଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ସଂଖ୍ୟା ପୂରଣ ପରେ ରାଜ୍ୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ । ସୁଭଦ୍ରା ଯୋଜନା ମହିଳାମାନଙ୍କ ବିକାଶର ମୂଳ ପିଣ୍ଡ। ଏହି ଯୋଜନା ଆଗାମୀ ଦିନରେ ମହିଳାମାନଙ୍କୁ ଉଦ୍ୟୋଗୀ, ବ୍ୟବସାୟୀ ଭାବେ ଗଢ଼ିତୋଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
Comments are closed.