Latest Odisha News

BREAKING NEWS

ଜାନୁଆରି ୨୪ ‘ଡ୍ରାଇଭର୍ସ ଡେ’ ଭାବେ ପାଳନ ପାଇଁ ପ୍ରସ୍ତାବ, ସୁରକ୍ଷିତ ଯାତ୍ରା ପାଇଁ କୁହନ୍ତୁ ଧନ୍ୟବାଦ

ନୂଆଦିଲ୍ଲୀ: ସରକାରୀ ପରିବହନ ନିଗମ ଓ ରାଜ୍ୟ ପରିବହନ ସଂସ୍ଥାଗୁଡ଼ିକର ସର୍ବୋଚ୍ଚ ସଂସ୍ଥା ଏଏସ୍ଆରଟିୟୁ ପକ୍ଷରୁ ଜାନୁଆରି ୨୪ ତାରିଖକୁ ‘ଡ୍ରାଇଭର୍ସ ଡେ’ ଭାବେ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ସଡ଼କ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଗାଡ଼ି ଚାଳକଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଏବଂ ସେମାନଙ୍କ ଅବଦାନ ପାଇଁ ସେମାନଙ୍କୁ ଧନ୍ୟବାଦ ଦେବା।

ତେଲଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (ଟିଏସଆରଟିସି) ଗତ ୫ ବର୍ଷ ଧରି ଡ୍ରାଇଭର୍ସ ଡେ’ ପାଳନ କରିଆସୁଛି। ଚଳିତ ବର୍ଷ ଏଏସଆରଟିୟୁ ଏହି ଉତ୍ସବରେ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ କରୁଛି।

ଏଏସଆରଟିୟୁ ସରକାରୀ ଅଧିକାରୀ, ଘରୋଇ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କୁ ସେମାନଙ୍କ ଡ୍ରାଇଭରମାନଙ୍କୁ ଶୁଭେଚ୍ଛା ଜଣାଇବା ଏବଂ ସୁରକ୍ଷିତ ଭାବେ ଗାଡ଼ି ଚଳାଇଥିବାରୁ ସେମାନଙ୍କୁ ପ୍ରଶଂସା କରିବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରସ୍ତାବ ଦେଇଛି। ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିଥିବାରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ସେମାନଙ୍କ ବସ୍ ଚାଳକଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପାଇଁ ମଧ୍ୟ ପ୍ରୋତ୍ସାହିତ ହେବେ।

ଦିଲ୍ଲୀ ପରିବହନ ବିଭାଗର ପୂର୍ବତନ ଡେପୁଟି କମିସନର ଅନୀଲ ଛିକାରା କହିଛନ୍ତି ଯେ ଦେଶର ପ୍ରତ୍ୟେକ ଭାଗରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ଟ୍ରକ ଓ ଅନ୍ୟାନ୍ୟ ମାଲବାହୀ ଗାଡ଼ି ଚଳାଉଥିବା ଚାଳକଙ୍କ ସମେତ ସମସ୍ତ ଚାଳକଙ୍କୁ ଲୋକେ ସମ୍ମାନ ଦେବା ଉଚିତ।

Comments are closed.