Latest Odisha News

ଉତ୍କଳ ଦିବସକୁ ବିରୋଧ କରି କଳା ଦିବସ ପାଳିଲା କୋଶଳୀ ଭାଷା ସଂସ୍କୃତି ପରିଷଦ

ନୂଆପଡ଼ା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆନନ୍ଦ ଉଲ୍ଲାସରେ ଉତ୍କଳ ଦିବସ ପାଳନ ହେଉଥିବା ବେଳେ ଖଡ଼ିଆଳରେ ବିରୋଧ କରିଛ କୋଶଳୀ ଭାଷା ସଂସ୍କୃତି ପରିଷଦ । ରାଜ୍ୟ ଗଠିତ ହେବା ଦିନ ଠାରୁ କୋଶଳ ଅଞ୍ଚଳକୁ ଅଣଦେଖା କରଯାଇ ଆସୁଥିବା ପରିଷଦ ଅଭିଯୋଗ କରିଛି ।

ଉତ୍କଳ ଦିବସକୁ ବିରୋଧ କରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରି ଖଡ଼ିଆଳ ଠାରେ ଏକ ଶୋଭାଯାତ୍ରା କରିଛନ୍ତି କୋଶଳୀ ଭାଷା ସଂସ୍କୃତି ପରିଷଦର କର୍ମକର୍ତ୍ତା । କୋଶଳ ଅଞ୍ଚଳକୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ସହ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରି ସ୍ୱତନ୍ତ୍ର ଭାଷା ମାନ୍ୟତା ଦେବାକୁ ଦାବି କରିଛନ୍ତି ।

କୋଶଳ ରାଜ୍ୟ ଦାବି ନେଇ ବାରମ୍ବାର ଆନ୍ଦୋଳନ ହେଉଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରୁଛନ୍ତି । ଆଗାମୀ ଦିନରେ ଏଥିପ୍ରତି ଗୁରୁତ୍ୱ ନଦେଲେ ସମଗ୍ର ପଶ୍ଚିମ ଓଡ଼ିଶା ସହ କୋଶଳ ଅଞ୍ଚଳରେ ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

Leave A Reply

Your email address will not be published.