Latest Odisha News

BREAKING NEWS

କଳିଙ୍ଗ ହସ୍ପିଟାଲ୍‌ରେ ଉତ୍କଳ ଦିବସ, ସମ୍ବର୍ଦ୍ଧିତ ହେଲେ ୮୦ ଜଣ କର୍ମଚାରୀ

ଭୁବନେଶ୍ୱର: ଓଡ଼ିଶାର ସର୍ବପୁରାତନ କର୍ପୋରେଟ୍ ହସ୍ପିଟାଲ୍ ଭାବେ ଖ୍ୟାତି ଅର୍ଜନ କରି ଆସିଛି ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ । ଆଜି କଳିଙ୍ଗ ହସ୍ପିଟାଲରେ ଅତ୍ୟନ୍ତ ଭବ୍ୟ ସମାରୋହ ସହିତ ଉତ୍କଳ ଦିବସ ପାଳନ ହୋଇଛି । ଏହି ସମାରୋହରେ ଓଡ଼ିଶାର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଅଂଶଗ୍ରହଣ କରି ଓଡ଼ିଶାର କଳା, ଐତିହ ତଥା ଦୀର୍ଘ ବର୍ଷ ଧରି କଳିଙ୍ଗ ହସ୍ପିଟାଲ୍ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଜନସାଧାରଣ ମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାରେ ସଂକଳ୍ପ ବିଷୟରେ ଆଲୋଚନା କରିଥିଲେ ।

ଓଡ଼ିଶାର ପ୍ରଖ୍ୟାତ ପ୍ରସାଶକ ଓ ଲେଖକ ସହଦେବ ସାହୁ, ଜଷ୍ଟିସ ଚୌଧୁରୀ ପ୍ରତାପ ମିଶ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ସ୍ବାମୀ ମୁକୁନ୍ଦା ନନ୍ଦ ଜୀ, ଆଧ୍ୟାତ୍ମିକ ଗୁରୁ ଏହି ସମାରୋହରେ ସମ୍ମାନିତ ଅତିଥ୍‌ ଭାବରେ ଯୋଗ ଦେଇଥିଲେ। କଳିଙ୍ଗ ହସ୍ପିଟାଲ୍ ଲିମିଟେଡର ଅଧ୍ୟକ୍ଷ ବିଶ୍ବ ବିଖ୍ୟାତ ବୈଜ୍ଞାନିକ ଡାକ୍ତର ଶୀତ କଣ୍ଠ ଦାସ୍, ନୂତନ ଭାବରେ କଳିଙ୍ଗ ହସ୍ପିଟାଲ୍‌ର ପରିଚାଳନା କରିବାକୁ ବଦ୍ଧ ପରିକର ହୋଇ ଓଡ଼ିଶାର ଚମତ୍କାର କଳା, ସ୍ଥାପତ୍ୟ ଓ ଐତିହ୍ୟ ଉପରେ ଆଲୋକପାତ କରିବା ସହିତ କଳିଙ୍ଗ ହସ୍ପିଟାଲ୍‌ର ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଶାର ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଦାୟିତ୍ବବୋଧକୁ ବଜାୟ ରଖୁବା ପାଇଁ ପ୍ରତିବଦ୍ଧତା ପ୍ରତିପାଦନ କରିଥିଲେ ।

କଳିଙ୍ଗ ହସ୍ପିଟାଲର କୋଡିଏ ବର୍ଷରୁ ଊର୍ଦ୍ଧ୍ବ କର୍ମଚାରୀଙ୍କ ଦ୍ୱାରା ନିରନ୍ତର ସେବାକୁ ପ୍ରୋତ୍ସାହନ ଦେବା ପାଇଁ, କଳିଙ୍ଗ ହସ୍ପିଟାଲ ସେବା ପୁରସ୍କାର ସମାରୋହର ଆୟୋଜନ ହୋଇଥିଲା। କଳିଙ୍ଗ ହସ୍ପିଟାଲର ୮୦ରୁ ଉର୍ଦ୍ଧ୍ବ ଡାକ୍ତର, ନର୍ସ ଓ କର୍ମଚାରୀ ମାନେ ୨୦ ବର୍ଷରୁ ଅଧିକ ବର୍ଷ ଧରି ଅନବରତ ସେବା ପ୍ରଦାନ କରିଥିବା ହେତୁ ସମ୍ବର୍ଦ୍ଧିତ କରାଯାଇଥିଲା ।

‘କଳିଙ୍ଗ ହସ୍ପିଟାଲରେ ଦୀର୍ଘ ଦିନ ଧରି ଅନବରତ ସେବା ପ୍ରଦାନ ପାଇଁ ଏହି ପୁରସ୍କାର ଉତ୍ସବର ଆୟୋଜନ କରାଯାଇଥିଲା । କର୍ମଚାରୀ ମାନଙ୍କର କଠିନ ପରିଶ୍ରମ, ପ୍ରତିବଦ୍ଧତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହି ପୁରସ୍କାର କର୍ମଚାରମାନଙ୍କୁ ଅଧ‌ିକ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇବ’ ବୋଲି କହିଛନ୍ତି କଳିଙ୍ଗ ହସ୍ପିଟାଲ ଲିମିଟେଡର ପରିଚାଳନା ନିର୍ଦେଶିକା ନୀଲାଞ୍ଜନା ମୁଖେର୍ଜୀ ।

Leave A Reply

Your email address will not be published.