Latest Odisha News

BREAKING NEWS

ଭାରତ ସହିତ ମିଶିବା ପାଇଁ ପିଓକେରେ ପାକିସ୍ତାନୀ ନାଗରିକଙ୍କ ବିକ୍ଷୋଭ ପ୍ରଦର୍ଶନ 

ନୂଆଦିଲ୍ଲୀ: ଶିଆ ଧର୍ମଗୁରୁ ଆଗା ବାକୀର ଅଲ୍ ହୁସେନିଙ୍କୁ ଗିରଫ କରିବା ନେଇ ପାକିସ୍ତାନ ଅଧିକୃତ ଗିଲଗିଟ- ବଲ୍ଟିସ୍ତାନରେ ବଡ ଧରଣର ବିଦ୍ରୋହ ଆରମ୍ଭ ହୋଇଛି। ବିକ୍ଷୋଭକାରୀମାନେ ତାଙ୍କୁ ମୁକ୍ତ କରିବା ଏବଂ କରାକୋରାମ ରାଜପଥ ଖୋଲିବାକୁ ଦାବି କରୁଛନ୍ତି। ସ୍ଥିତି ଗମ୍ଭୀର ହୋଇଆସୁଥିବା ବେଳେ ଗୃହଯୁଦ୍ଧକୁ ନିମନ୍ତ୍ରଣ ଦେଉଛି। ଏଥି ସହିତ ସେଠାରେ ଥିବା ଶିଆମାନେ ଭାରତ ସହିତ ମିଶିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ପାକିସ୍ତାନର ଗିଲଗିଟ-ବଲ୍ଟିସ୍ତାନରେ ଜନ ସମୁଦ୍ର ହୋଇଛି। ହଜାର ହଜାର ଲୋକ ପାକିସ୍ତାନ ବିରୋଧରେ ନାରାବାଜି କରି ବିକ୍ଷୋବ ପ୍ରଦର୍ଶନ କରିବା ସହ ରାଜରାସ୍ତାକୁ ଓହ୍ଲାଉଛନ୍ତି। ପିଓକେ ଅଧିନରେ ଥିବା ଅସଂଖ୍ୟ ପାକିସ୍ତାନୀ, “ଚାଲ ଫିଜା ଯିବା, ଚାଲ କାର୍ଗିଲକୁ ଯିବା, ଭାରତ ସହିତ ମିଶିବା” ଭଳି ଅନେକ ପାକିସ୍ତାନ ବିରୋଧୀ ନାରାବାଜି କରୁଥିବାର ଦେଖିବାକୁ ମିଳୁଛି।

ପରିସ୍ଥିତିର ଗତିବିଧିକୁ ଲକ୍ଷ୍ୟ କରି ଜଣା ପଡୁଛି ଯେ ସେଠାରେ କୌଣସି ମୁହୂର୍ତ୍ତରେ କିଛି ବି ହୋଇପାରେ। ପାକିସ୍ତାନର ଅର୍ଥନୈତିକ ଦୁର୍ବଳତା ଓ ଶାସନର ଅବ୍ୟବସ୍ଥାକୁ ନେଇ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ପିଓକେ ଅଧିନସ୍ଥ ସମସ୍ତ ସାଧାରଣ ଜନତା ଏବେ ଭାରତ ମୁହାଁ ହେଉଥିବା ବେଳେ ପାକିସ୍ତାନ ସରକାରର ଆଖିରୁ ନିଦ ହଜି ଯାଇଛି। ତେବେ ସେଠାରେ ଥିବା ଲୋକମାନେ ଭାରତ ସହିତ ମିଶ୍ରଣ ପ୍ରସଙ୍ଗକୁ ସହଯୋଗ କରୁଥିବା ବେଳେ ବିଦ୍ରୋହୀ ମାନଙ୍କୁ ଉତ୍ତେଜିତ କରିଛି ଆଉ ଏକ ନୂଆ କାରଣ। ଶିଆ ସମ୍ପ୍ରଦାୟର ଜଣେ ଧର୍ମଗୁରୁଙ୍କୁ ଗିରଫ କରିବା ଏବଂ ପାକିସ୍ତାନର ଅବ୍ୟବସ୍ଥିତ ଆଇନ ଅନୁଯାୟୀ ତାଙ୍କୁ ଦିଆଯାଇଥିବା ଦଣ୍ଡ ଏବେ ସାଧାରଣରେ ଆନ୍ଦୋଳନର ଉର୍ଜା ଭରିଦେଉଛି। ଶିଆ ଧର୍ମଗୁରୁଙ୍କ ଗିରଫଦାରୀକୁ ନେଇ ଗିଲଗିଟର ସ୍ଥାନୀୟ ଲୋକ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସ୍ଥାନୀୟ ନେତାମାନେ ପାକିସ୍ତାନୀ ପ୍ରଶାସନକୁ ଗୃହଯୁଦ୍ଧ ପାଇଁ ଚେତାବନୀ ଦେଇଛନ୍ତି। ଏଥି ସହିତ ଅନେକ ଲୋକ ଖୋଲାଖୋଲି ଭାବେ ଭାରତରେ ମିଶ୍ରଣକୁ ନେଇ ଦାବି କରିବା ଆରମ୍ଭ କରିଛନ୍ତି।

ସୁଚନା ମୁତାବକ ଏକ ଧାର୍ମିକ ସମାବେଶରେ ଦେଇଥିବା ମନ୍ତବ୍ୟ ପାଇଁ ଶିଆ ସମ୍ପ୍ରଦାୟର ମୌଲବୀ ଆଗା ବାକୀର ଅଲ-ହୁସେନିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା, ଏହା ପରେ ସ୍କର୍ଦୁର ଶିଆ ସମ୍ପ୍ରଦାୟର ଲୋକମାନେ ରାଜ ରାସ୍ତାକୁ ଆସି ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ଯାହା ଫଳରେ ରାଜପଥ ଜାମ୍ ହୋଇଯାଇଥିଲା।

Leave A Reply

Your email address will not be published.