Latest Odisha News

୩ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ମୟୂରଭଞ୍ଜ: ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ବୁଢ଼ାବଳଙ୍ଗ ନଦୀ ପାର୍ଶ୍ଵରେ ରିଂରୋଡ଼ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବାରୁଣୀ ଘାଟଠାରୁ ଶିରିଡିସାଇ ବାବା ମନ୍ଦିର ପର୍ଯ୍ୟଟ ୧୫୪ କୋଟି ଟଙ୍କା ମଞ୍ଜୁର ହୋଇଛି। ବୁଢାବଳଙ୍ଗ ନଦୀ ପୋଲ (ମଧୁବନ) ର ଉଭୟ ପାର୍ଶ୍ଵ ଦୀର୍ଘ ୫୦ ବର୍ଷ ହେବ ୧୦୦୦ ରୁ ଉର୍ଦ୍ଧ୍ୱ ପରିବାର ରହିଆସୁଛନ୍ତି।

ରିଂରୋଡ଼ ନିର୍ମାଣ ପାଇଁ ଫାଇବ-ଟି ସଚିବ ଆସିଥିବା ସମୟରେ ଜଳସେଚନ ବିଭାଗ ପକ୍ଷରୁ ଯେଉଁ ମାପ ଦିଆଯାଇଥିଲା ସେଥିରେ ପୋଲୋର ଉଭୟ ପାର୍ଶ୍ଵରେ ୧୪ ରୁ ୧୫ ଘର ଉଚ୍ଛେଦ ହେଉଥିଲା କିନ୍ତୁ ଏବେ ଯେଉଁ ମାପ ଦିଆଯାଉଛି ସେଥିରେ ୧୦୦ରୁ ଉର୍ଦ୍ଧ୍ୱ ଘର ଉଚ୍ଛେଦ ହେଉଥିବାର ଅନୁମାନ କରାଯାଉଛି। ଏହାକୁ ବିରୋଧ କରି ଆଜି ଦଳିତ ଆଦିବାସୀ ମହାସଙ୍ଘ ର ସଭାପତି ରାକେଶ ସିଂ ଙ୍କ ନେତୃତ୍ୱରେ ମଧୁବନ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏକ ରେଲି ଯୋଗେ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ତାଙ୍କ ଅଭିଯୋଗ ଜଣାଇଥିଲେ।

ଫାଇବ-ଟି ସଚିବଙ୍କ ଗସ୍ତ ସମୟରେ ଦିଆଯାଇଥିବା ମାପ ଅନୁଯାୟୀ ରିଂରୋଡ଼ ନିର୍ମାଣ କରାଯାଉ ଓ ଏହା ସହିତ ଯେଉଁ ଘର ଗୁଡିକ ବିସ୍ଥାପିତ ହେବ ତୁରନ୍ତ ସେହି ପରିବାରକୁ ଥଇଥାନ କରାଯାଉ। ଜିଲ୍ଲାପାଳ ସମସ୍ତ କଥା ଶୁଣିବା ପରେ ସେ ନିଜେ ଯାଇ ଅନୁଧ୍ୟାନ କରିବାର ପ୍ରତିଶ୍ରୁତି ଦେଇଥିଲେ।

Comments are closed.