Latest Odisha News

BREAKING NEWS

ଢ଼ିଙ୍କିଆରୁ ପ୍ରତ୍ୟାହାର କର ପୋଲିସ ବାହିନୀ, ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଜଗତସିଂହପୁର : ଏରସମା ବ୍ଲକ ଢିଙ୍କିଆରୁ ପୋଲିସ ବାହିନୀ ପ୍ରତ୍ୟାହାର କର । ଢିଙ୍କିଆ ବାସିନ୍ଦାଙ୍କ ଉପରେ ପୋଲିସର ଦମନ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ । ଲୋକଙ୍କ ଜମି, ଜୀବନ, ଜୀବିକା ଓ ଭିଟାମାଟି ସୁରକ୍ଷା ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି ଏଆଇଏସ୍ଏଫ୍ ଓ ଏଆଇଓ୍ବାଇଏଫ୍ । ଢ଼ିଙ୍କିଆରେ ପୋଲିସର ଦମନ ଲୀଳାକୁ ବିରୋଧ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।

ଯଦି ପ୍ରଶାସନ ତଥା ରାଜ୍ୟ ସରକାର ତୁରନ୍ତ ଢ଼ିଙ୍କିଆରୁ ପୋଲିସକୁ ପ୍ରତ୍ୟାହାର ନକରନ୍ତି, ତେବେ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏଆଇଏସଏଫ । ତୁରନ୍ତ ଢିଙ୍କିଆରୁ ପୋଲିସ ପ୍ରତ୍ୟାହାର ସହ ମିଛ ମକଦ୍ଦମାରେ ଗିରଫ ସମସ୍ତଙ୍କୁ ଖଲାସ ଓ ଜିନ୍ଦଲକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଛି ସଂଘ । ଏଆଇଓ୍ବାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଞ୍ଜନ ମହାନ୍ତିଙ୍କ ସମେତ ଏଆଇଏସ୍ଏଫ୍ ଓ ଏଆଇଓ୍ବାଇଏଫର ସଦସ୍ୟ ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ।

Comments are closed, but trackbacks and pingbacks are open.