Latest Odisha News

BREAKING NEWS

ଅଶାନ୍ତ ମଣିପୁର: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ଆକ୍ରମଣ

ଇମ୍ଫାଲ: ଜିରବାମ ଜିଲ୍ଲାରେ ୬ ଜଣଙ୍କୁ ଅପହରଣ କରିବା ଏବଂ ପରେ ୩ ଜଣଙ୍କ ମୃତଦେହ ମିଳିବା ପରେ ଇମ୍ଫାଲ ଅଞ୍ଚଳରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ । ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ମନ୍ତ୍ରୀ ଏବଂ ୬ ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।

ସୂଚନା ଅନୁସାରେ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ବିଧାୟକଙ୍କ ଘରେ ଆକ୍ରମଣ କରି ଜଳାପୋଡ଼ା କରିବା ସହିତ ଆସବାବପତ୍ର ଭାଙ୍ଗି ଦେଇଥିଲେ ଆନ୍ଦୋଳନକାରୀ। ପରିସ୍ଥିତି ଅସମ୍ଭାଳ ହେବାରୁ ସୁରକ୍ଷା କର୍ମୀମାନେ ଟିଅର ଗ୍ୟାସ୍ ଓ ଫଲ୍ସ ଫାଇରିଂ କରିଥିଲେ। ଶେଷରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ଛତ୍ରଭଙ୍ଗ ଦେଇଥିଲେ ଆନ୍ଦୋଳନକାରୀ। ତେବେ ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ପୁତୁରାଙ୍କ ବାସଭବନ ସମେତ ତିନିଜଣ ମନ୍ତ୍ରୀ ଏବଂ ୬ ଜଣ ବିଧାୟକଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଜଳା ପୋଡ଼ା କରିଥିଲେ ।

ସୂଚନାଯୋଗ୍ୟ, ଗତ ପାଞ୍ଚ ଦିନ ତଳେ ମେତେଇ ସମ୍ପ୍ରଦାୟର ୬ ଜଣଙ୍କୁ ଅପହରଣ କରିନେଇଥିଲେ ଉଗ୍ରବାଦୀ। ସେମାନଙ୍କ ମଧ୍ୟରୁ ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଜି ଆଉ ତିନି ଜଣଙ୍କ ମୃତଦେହ ମିଳିଛି। ଏହାପରେ ରାଜ୍ୟରେ ପୁଣି ଉଗ୍ରରୂପ ନେଇଛି ହିଂସା। ଯାହାକୁ ଦୃଷ୍ଟିରେ ରଖି ଇମ୍ଫାଲ ୱେଷ୍ଟ ଏବଂ ଇମ୍ଫାଲ ଇଷ୍ଟରେ କର୍ଫ୍ୟୁ ଲାଗୁ କରାଯିବା ସହିତ ସାତଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୋବାଲ, କାକଚିଙ୍ଗ, କାଙ୍ଗପୋକପି ଏବଂ ଚୁରାଚନ୍ଦପୁର ଜିଲ୍ଲାରେ ଦୁଇ ଦିନ ପାଇଁ ଇଣ୍ଟରନେଟ ବନ୍ଦ କରିଦିଆଯାଇଛି।

Leave A Reply

Your email address will not be published.