Latest Odisha News

ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ; ମାମଲାରେ ହସ୍ତକ୍ଷେପ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ମେଡିକାଲ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଆନ୍ଦୋଳନକାରୀ ଡାକ୍ତରମାନେ ଶୁକ୍ରବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଆରଜି କେ ହସ୍ପିଟାଲ ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ପଶ୍ଚିମବଙ୍ଗ ଜୁନିଅର ଡାକ୍ତରଙ୍କ ଦ୍ୱାରା ଲିଖିତ ୪ ପୃଷ୍ଠାର ଚିଠିର ଏକ କପି ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ମଧ୍ୟ ପଠାଯାଇଛି।

ଉଲ୍ଲେଖଯୋଗ୍ୟ, ଡାକ୍ତରଖାନାର ସେମିନାର ରୁମରେ ଜଣେ ମହିଳା ଡାକ୍ତରଙ୍କ ମୃତଦେହ ମିଳିବା ପରେ ନ୍ୟାୟ ଦାବି କରି ଅଗଷ୍ଟ ୯ରୁ ଜୁନିଅର ଡାକ୍ତରମାନେ ଧର୍ମଘଟ ଆରମ୍ଭ କରିଥିଲେ।

Comments are closed.