Latest Odisha News

BREAKING NEWS

ବିଦ୍ୟୁତ କାଟ ହେଉନି, ପାୱାର ଲାଇନ ଟ୍ରିପ ହେଉଛି-ମନ୍ତ୍ରୀ

ଭୁବନେଶ୍ୱର: ଖରା ଦିନରେ ବିଦ୍ୟୁତ କାଟ ହେବ ନାହିଁ ।  ସରକାର ଏମିତି ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟବାସୀଙ୍କୁ । ହେଲେ ଖରାଦିନ ଆରମ୍ଭରୁ ବିଦ୍ୟୁତ କାଟ ନାକେଦମ କରି ଦେଲାଣି । ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିବାବେଳେ ରାଜ୍ୟ ସରକାର କହିଛନ୍ତି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଉଛି  । କିନ୍ତୁ ଏହା ବିଦ୍ୟୁତକାଟ ନୁହେଁ ।  ଅନେକ ଜାଗାରେ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇଯାଉଛି । ଯଦ୍ୱାରା ଲାଇନ କଟିଯାଉଛି । ଏମିତି ସଫେ ଇ ଦେଇଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ।

ଭୁବନେଶ୍ୱର ଅଞ୍ଚଳରେ ଗୋଟେ ଥର ଲାଇନ ଟ୍ରିପ କରିଗଲେ ତାକୁ ଠିକ କରିବା ପାଇଁ ୬ରୁ ୭ ଘଣ୍ଟା ଲାଗୁଛି । ହେଲେ ଗାଁ ଗହଳିରେ ଏଥିପାଇଁ ବେଶି ସମୟ ଲାଗୁଛି । ତେବେ  ନିରବଛିନ୍ନ ବିଜୁଳି ଯୋଗାଇବା ପାଇଁ  ସବୁ ପ୍ରକାର ଚେଷ୍ଟା କରାଯାଉଛି ବୋଲି କହଛନ୍ତି ମନ୍ତ୍ରୀ ।

ରାଜ୍ୟରେ ବିଦ୍ୟୁତ୍ ସରବରାହରେ କୌଣସି ଅସୁବିଧା ନାହିଁ ।  ଅତ୍ୟଧିକ ଖରା ହେତୁ ପିକ୍‌ ସମୟରେ ଟ୍ରିପ ହୋଇଯାଉଛି । ବିଶେଷ କରି ଶୖେଳଶ୍ରୀ ବିହାର, ଭିଏସଏସ ନଗର ଅଞ୍ଚଳରେ ବେଶି ପାୱାର ଟ୍ରିପ ହେଉଛି । ଏଠାରେ ୩୩ କେଭି ତାର ଲୋଡ ସମ୍ଭାଳି ପାରୁନି । ଯେଉଁଠି ଲାଇନ କଟି ଯାଇଛି, ତାର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡି ଯାଇଛି ଯଦି ସେଠି ଲୋକଙ୍କ କହିବା ପରେ ବି କେହି ଅଧିକାରୀ ଯାଉ ନାହାନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ଆମେ ଦୁଇ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଦେବ।

ତେବେ ଲୋ ଭୋଲଟେଜ  ସମସ୍ୟା ଟେକ୍ନିକାଲ ତ୍ରୁଟି ଯୋଗୁ ହେଉଛି । ଯେଉଁଠି ଲାଇନ ଦୂର ବାଟ ରେ ଅଛି , ଟ୍ରାନ୍ସମଫର କାପାସିଟ ଓଭର ଲୋଡ ଅଛି ସେଠି ଲୋ ଭୋଲଟେଜ ହେବ । ପିକ ପିରିୟଡ଼ ରେ ରାଜ୍ୟରେ ୫ ହଜାର ୬୦୦ ମେଗାୱାଟର ବିଜୁଳିର ଆବଶ୍ୟକତା ରହୁଛି । ଗତ ବର୍ଷ ଏହା ୫ ହଜାର ୫୦୦ ମେଗାୱାଟ ରହିଥିଲା । ଯାହା ବି ହେଉଏ ସରକାର ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ଯୋଗାଇ ଦେବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ।

Leave A Reply

Your email address will not be published.