Latest Odisha News

BREAKING NEWS

‘ବନ୍ଦେ ଉତ୍କଳ ଜନନୀ’ ଗାନ ଲାଗି କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ; କହିଲେ ମୁଁ ଋଣୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଆଜି ସନ୍ଧ୍ୟାରେ ସମଗ୍ର ଓଡ଼ିଶାବାସୀ ତଥା ବିଶ୍ୱର କୋଣ ଅନୁକୋଣରେ ରହିଥିବା ଓଡ଼ିଆ ଭାଇ ଭଉଣୀମାନେ ଏକାସାଙ୍ଗରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ଯେଭଳି ଉତ୍ସାହିତ କଲେ ତାହା ଥିଲା ଅଦ୍ଭୁତପୂର୍ବ । ସେଥିଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବା ସହିତ ସମସ୍ତଙ୍କ ନିକଟରେ ଏଥିପାଇଁ ସେ ଋଣୀ ବୋଲି କହିଛନ୍ତି ।

ଏହି ଅସାଧାରଣ ପରିସ୍ଥିତିରେ ଓଡ଼ିଆ ଜାତି ଆଜି ଏକଜୁଟ ହୋଇ କରୋନା ଯୋଦ୍ଧାଙ୍କୁ ସାହସ ଯୋଗାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ: କରୋନା ଯୋଦ୍ଧାଙ୍କ ପାଇଁ ନବୀନ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ମୁଖ୍ୟମନ୍ତ୍ରୀ କହିଛନ୍ତି ଏଥିରେ ଛୋଟପିଲା ଠାରୁ ଆରମ୍ଭ କରି ବୁଢାବୁଢୀଙ୍କ ପର୍ଯ୍ୟନ୍ତ ସବୁ ବୟସର ତଥା ସବୁ ବର୍ଗର ଜନସାଧାରଣଙ୍କ ଯୋଗଦାନ କୋଭିଡ ବିରୁଦ୍ଧରେ ଆମ ସଂଗ୍ରାମକୁ ଆହୁରି ଦୃଢ କରିବା ସହିତ ଆମକୁ ନୈତିକ ଶକ୍ତି ଯୋଗାଇଛି ।

ଅଧିକ ପଢନ୍ତୁ: ଓଡ଼ିଶାର ପ୍ରତିଟି ରାସ୍ତାଘାଟ, ରେଲୱେ ଷ୍ଟେସନରେ ମଧ୍ୟ ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ

ସେହିପରି ସମସ୍ତ ରାଜନୈତିକ ଦଳ ଯେଭଳି ଏହି ଉଦ୍ୟମକୁ ଅକୁଣ୍ଠ ସମର୍ଥନ ଯୋଗାଇ ଦେଇଥିଲେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ମାଟିର ଗୌରବ ବୃଦ୍ଧି ସହିତ ଓଡ଼ିଆ ଜାତିର ସମ୍ମାନକୁ ସର୍ବୋତ୍ତମ ଶିଖରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

 

Leave A Reply

Your email address will not be published.