Latest Odisha News

ଅସଦାଚରଣ ମାମଲା: ବହିଷ୍କୃତ ହେଲେ କେନ୍ଦ୍ରାପଡ଼ା କ୍ରେଡ଼ିଟ-କୋ ଅପରେଟିଭ ସୋସାଇଟି ସଭାପତି

କେନ୍ଦ୍ରାପଡ଼ା: ରାଜ୍ୟ କୋ ଅପରେଟିଭ ସୋସାଇଟିର ରେଜିଷ୍ଟ୍ରାର୍ ବିଭୁତି ଭୂଷଣ ପଟ୍ଟନାୟକ ସୋମବାର ଦିନ କେନ୍ଦ୍ରାପଡ଼ା କ୍ରେଡ଼ିଟ-କୋ ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ବହିଷ୍କାର କରିଛନ୍ତି । ତାଙ୍କ ସ୍ଥାନରେ ସୋସାଇଟିର ଉପ-ସଭାପତିଙ୍କୁ ସଭାପତି ପଦରେ ନିଯୁକ୍ତ କରିଛନ୍ତି ।

BjdElectrycity

“କୋ ଅପରେଟିଭ ସୋସାଇଟି ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ଭାଜନ ହେବା ସହିତ ତାଙ୍କ ପଦବୀର ସମ୍ମାନ ବଜାୟ ରଖିବା ଲାଗି ଶ୍ରୀ ସାହୁଙ୍କୁ ବହିଷ୍କୃତ କରାଗଲା,” ବୋଲି ତାଙ୍କ ନିଦେ୍ର୍ଧଶନାମରେ ରେଜିଷ୍ଟ୍ରାର୍ ଉଲ୍ଲେଖ କରିଛନ୍ତି ।

ସୋସାଇଟି କାର୍ଯ୍ୟାଳୟରେ ଥିବା ଜଣେ ମହିଳା କର୍ମଚାରୀ ଶ୍ରୀ ସାହୁଙ୍କ ବିରୋଧରେ ଯୌନ ଅସଦାଚରଣ ନେଇ ଏକ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି କେନ୍ଦ୍ରାପଡ଼ା ଟାଉନ ପୋଲିସ ଶ୍ରୀ ସାହୁଙ୍କୁ ନଭେମ୍ବର ୪ ତାରିଖରେ ଗିରଫ କରିଥିଲେ । ଏପରିକି ତାଙ୍କୁ ବିଚାର ବିଭାଗୀୟ ମାଜିଷ୍ଟେ୍ରଟଙ୍କ ଅଦାଲତରେ ହାଜର କରାଇଥିଲେ । ଅଦାଲତରେ ଶ୍ରୀ ସାହୁ ଆବେଦନ କରିଥିବା ଜାମିନ ଆବେଦନ ଖାରଜ ହେବା ସହିତ ତାଙ୍କୁ ପୋଲିସ ପଚରାଉଚରା ଲାଗି ରିମାଣ୍ଡରେ ଆଣିଥିଲେ ।

ଅଦାଲତଙ୍କ ନିଦେ୍ର୍ଧଶ ପରେ ପରେ, ଶ୍ରୀ ସାହୁ ବିଜେଡ଼ିରୁ ଅନେକ ଦିନ ପୂର୍ବରୁ ଇସ୍ତଫା ପ୍ରଦାନ କରିଥିବା ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା ।

Leave A Reply

Your email address will not be published.