Latest Odisha News

BREAKING NEWS

ଇତିହାସ ରଚିବା ଅପେକ୍ଷାରେ ଇସ୍ରୋ, PSLV-C50 ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍

ଚେନ୍ନାଇ: କମ୍ୟୁନିକେସନ୍ ସାଟେଲାଇଟ୍ CMC-01 ଲଞ୍ଚ ପାଇଁ ୨୫ ଘଣ୍ଟିଆ କାଉଣ୍ଟଡାଉନ୍ ଆରମ୍ଭ କରିଦେଇଛି ଇସ୍ରୋ । ଲଞ୍ଚ ଭେହିକିଲ PSLV-C50 ସାହାଯ୍ୟରେ ଏହି ସେଟେଲାଇଟକୁ ଲଞ୍ଚ କରାଯିବ । ଏହି କମ୍ୟୁନିକେସନ୍ ସାଟେଲାଇଟ୍ ମାଧ୍ୟମରେ ଟେଲି କମ୍ୟୁନିକେସନ୍ ସର୍ଭିସ୍ ଯେପରି ଟିଭି, ଟେଲି ଏଜୁକେସନ୍‌, ଟେଲି ମେଡିସିନ୍‌ ଓ ଡିଜାଷ୍ଟର ମେନେଜମେଣ୍ଟ ସର୍ପୋଟ୍ ପରି ସୁବିଧା ମିଳିପାରିବ ।

ଏହି କମ୍ୟୁନିକେସନ୍ ସାଟେଲାଇଟ୍ ଲଞ୍ଚ କରିବା ଇସ୍ରୋର ଧ୍ରୁବୀୟ ପରୀକ୍ଷଣ ଯାନର ୫୨ ତମ ମିଶନ ହେବ । ଶ୍ରୀହରିକୋଟାରୁ ଆସନ୍ତାକାଲି ଦିନ ୩ଟା ୪୧ ମିନିଟରେ ଏହି ସାଟେଲାଇଟକୁ ଲଞ୍ଚ କରାଯିବ । ଆଜି ଦିନ ୨ଟା ୪୧ରୁ ଶ୍ରୀହରିକୋଟା ସ୍ଥିତ ସତିଶ ଧାୱ ସ୍ପେସ୍ ସେଣ୍ଟରରୁ ଏହାର କାଉଣ୍ଟଡାଉନ୍ ଆରମ୍ଭ କରାଯାଇଛି । CMC-01 ଭାରତର ୪୨ ତମ ସାଟେଲାଇଟ୍ ।

CMC-01 ସାଟେଲାଇଟର ଓଜନ ୧,୪୧୦ କିଲୋ । ଏହି ସାଟେଲାଇଟ୍ ଦ୍ବାରା ଆଣ୍ଡାମାନ ନିକୋବର ଓ ଲକ୍ଷାଦ୍ବୀପରେ ଭଲ କମ୍ୟୁନିକେସନ୍ କଭରେଜ୍ ମିଳିପାରିବ ।

Comments are closed.