Latest Odisha News

BREAKING NEWS

ଟ୍ରେନରେ ଚଢି ସେଲଫି ନେଲା ବେଳେ ଜଳିଗଲେ ଯୁବକ

ପାରଳାଖେମୁଣ୍ଡି: ଟ୍ରେନରେ ଚଢି ସେଲଫି ନେବା ବେଳେ ଜଳିଗଲେ ଯୁବକ । ଏଥି ସହ ଜଳିଗଲା ଟ୍ରେନ ।  ଏଭଳି ଅଭାବନୀୟ ଘଟଣା ଘଟିଛି ପାରଳାଖେମୁଣ୍ଡି ଷ୍ଟେସନରେ ।

ସୂଚନା ଅନୁଯାୟୀ, କରୋନା ପାଇଁ ଗତ କିଛି ଦିନ ହେଲା ଟ୍ରେନଟି ଏହି ଷ୍ଟେସନଟି ଛିଡା ହୋଇ ରହିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆଜି ସନ୍ଧୟାରେ ତିନି ଜଣ ଯୁବକ ଆସି ଟ୍ରେନ ପାଖରେ ସେଲଫି ନେଉଥିଲେ । ଏହି ସମୟରେ ଜଣେ ଯୁବକ ଟ୍ରେନ ଉପରେ ଚଢି ସେଲଫି ନେଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳି ଯାଇଥିଲେ । ଏଥି ସହ ଟ୍ରେନର ଗୋଟିଏ ବଗି ମଧ୍ୟ ନିଆଁ ଲାଗି ଯାଇଥିଲା ।  ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବାହିନୀ ଉଦ୍ୟମ ଚଳାଇଛି । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.