Latest Odisha News

BREAKING NEWS

ଆଜି ପଶ୍ଚିମ ଓଡ଼ିଶାରେ ପୁଅ ଜିଉଁନ୍ତିଆ ଓଷା , ପୂଜା ବଜାରରେ ଭିଡ

ସୋନପୁର : ଆଜି ପୁଅ ଜିଉଁନ୍ତିଆ। ଏଥିପାଇଁ ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି । ପୁଅର ମଙ୍ଗଳ କାମନା ପାଇଁ ମା’ ମାନେ ଉପାସ କରି ଅତି ନିଷ୍ଠାର ସହ ପାଳନ କରନ୍ତି ଏହି ପର୍ବକୁ । ସୋନପୁର ସହରରେ ମଧ୍ୟ ପୂଜା ସାମଗ୍ରୀ କିଣିବା ପାଇଁ ପାଇଁ ପୂଜା ବଜାରରେ ଭିଡ ଲାଗିଛି ।

ପୂଜାରେ ବ୍ୟବହାର ବିଭିନ୍ନ ସାମଗ୍ରୀ ସହ ଜିଉଁନ୍ତିଆ ପାଇଁ ବିଭିନ୍ନ ଫଳ କିଣିବା ପାଇଁ ସମସ୍ତେ ବ୍ୟସ୍ତ । ଅନପଟେ ପୂଜା ବଜାରରେ ଫଳ ଦର ଆକାଶ ଛୁଆଁ ରହିଛି। ତଥାପି ବାଧ୍ୟ ହୋଇ ଗ୍ରାହକ କିଣୁଥିବା ଦେଖିବାକୁ ମିଳିଥିଲା । ପୁଅ ଜିଉଁନ୍ତିଆ ପାଳନ କରିବାକୁ ସମସ୍ତ ମା’ ମାନେ ଏହି ଦିନଟିକୁ ଚାହିଁ ବସିଥାନ୍ତି।

Leave A Reply

Your email address will not be published.