Latest Odisha News

BREAKING NEWS

ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ଏସଆଇ ନିଲମ୍ବିତ

ପିପିଲି : ପିପିଲି ବଳଙ୍ଗା ଥାନା ବିସ୍ପୋରଣ ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ମାଲଖାନା ଦାୟିତ୍ୱରେ ଥିବା ମହିଳା ଏସଆଇ ତଅପୋଇ ନାୟକ ନିଲମ୍ବିତ ହୋଇଛନ୍ତିା ସୋମବାର ରାତିରେ ଏହି ବିସ୍ୱୋରଣ ହୋଇଥିଲା । ଏହି ବିସ୍ୱୋରଣ ଏତେ ଭୟଙ୍କର ଥିଲା ଯେ ଥାନାର ଛାତ ଭୁଷୁଡି ପଡ଼ିବା ସହ କାନ୍ଥ ଭୁଷୁଡି ପଡ଼ିଥିଲା ।

ଅନ୍ୟପଟେ ଆଇ ଆଇସିଙ୍କ ରୁମ୍,ମାଲଖାନା ଓ ହାଜତ ସହ ପ୍ରାୟ ସମସ୍ତ ପ୍ରକୋଷ୍ଠ ନଷ୍ଟ ହୋଇଯାଇ ଥିଲା। ବିସ୍ପୋରଣର କାରଣ ଖୋଜିବା ପାଇଁ ଘଟଣାସ୍ଥଳରେ ଅନୁସନ୍ଧାନ କରିଥିଲେ ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍। ରାତି ଅଧରେ ବଳଙ୍ଗା ଥାନା ଭିତରେ ଅଚାନକ ଏମିତି ବିସ୍ପୋରଣ ଘଟିବା ପରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା।

ପିପିଲିର ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ,  ଥାନାରେ ଥିଲା ଡିନାମାଇଟ । ଜବତ ଡିନାମାଇଟକୁ  ବଳଙ୍ଗା ଥାନାର ମାଲଖାନାରେ ରଖାଯାଇଥିଲା । ଆଉ ଏହି ଡିନାମାଇଟ ବିସ୍ଫୋରଣରେ ଥାନା ଉଡିଯାଇଥିବା ଅନୁମାନ କରାଯାଉଛି ।  ସଧାରଣତଃ ପାହାଡ ଫଟାଇବା ପାଇଁ  ଶକ୍ତିଶାଳୀ ଡିନାମାଇଟ ବ୍ୟବହାର ହୋଇଥାଏ ।

Leave A Reply

Your email address will not be published.