ପୁରୀ : ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ଏ ନେଇ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଶ୍ରଦ୍ଧାଳୁମାନେ ନିଜ ଅଂଚଳରୁ କୋଭିଡ ରିପୋର୍ଟ ଆଣିବେ । ଶ୍ରୀମନ୍ଦିର ପାଖରେ ଥିବା କିଓସ୍କ କାଉଣ୍ଟରରେ ଏହି ରିପୋର୍ଟ ଯାଞ୍ଚ ହେବ ।
କରୋନା ସଂକ୍ରମଣର ଭୟ ଥିବାରୁ ଦୀର୍ଘ ୯ ମାସ ଧରି ବନ୍ଦ ରହିଥିଲା ଶ୍ରୀମନ୍ଦିର । ଡିସେମ୍ବର ୨୧ରେ ପ୍ରଥମେ ସେବାୟତଙ୍କ ପରିବାର ଓ ପରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦର୍ଶନ ସୁଯୋଗ ମିଳିଥିଲା । ଆସନ୍ତାକାଲିଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଦୀର୍ଘ ଦିନ ପରେ ଶ୍ରୀଜୀଉଙ୍କ ଦର୍ଶନ ସୁଯୋଗ ମିଳୁଥିବାରୁ ଶ୍ରଦ୍ଧାଳୁ ବେଶ୍ ଉତ୍ସାହିତ ଅଛନ୍ତି ।
Comments are closed.