Latest Odisha News

‘ଶୀଘ୍ର ଭଲ ହୋଇଯାଆନ୍ତୁ ଦାଦା’, ବାଲୁକା କଳାରେ ସୌରଭଙ୍କ ଆଶୁ ଆରୋଗ୍ୟ କାମନା କଲେ ସୁଦର୍ଶନ

ପୁରୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସେ ଏହି ଉଦ୍ୟମ କରିଛନ୍ତି । ଏଥିରେ ସୌରଭ ଗାଙ୍ଗୁଲିଙ୍କର ପ୍ରତିକୃତି ସହ ଆପଣ ଶୀଘ୍ର ଭଲ ହୋଇଯାଆନ୍ତୁ ଦାଦା ଲେଖିଛନ୍ତି ।

ଆଜି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସୌରଭଙ୍କୁ କୋଲକାତାର ଉଡ୍‌ଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଆନଜିଓପ୍ଲାସ କରାଯାଇଛି । ଘରେ ବ୍ୟାୟାମ କରୁଥିବା ବେଳେ ଦାଦା ଅସୁସ୍ଥ ହୋଇପଡିଥିଲେ ।

Leave A Reply

Your email address will not be published.