Latest Odisha News

BREAKING NEWS

ସରକାରୀ କର୍ମଚାରୀଙ୍କ ଉପରେ ଖୁସି ନାହାନ୍ତି ଜନସାଧାରଣ, ୨ ବର୍ଷରେ ଏତିକି ଆକ୍ରମଣ ମାମଲା ରୁଜୁ

ଅନୁଗୁଳ: ଏବେ ଗତ କିଛି ବର୍ଷ ହେବ ସରକାରୀ କର୍ମଚାରୀଙ୍କ ବ୍ୟବହାର ଜନସାଧାରଣଙ୍କୁ ଅସନ୍ତୋଷ କରୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଟିକିଏ ଟିକିଏ କଥାରେ ଆଇନକୁ ହାତକୁ ନେବା ପାଇଁ ପଛାଉ ନାହାନ୍ତି ଲୋକେ । ସରକାରୀ କାମ ପାଇଁ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନିରାଶ ହେବା ପରେ ଉତ୍ତ୍ୟକ୍ତ ଲୋକେ କର୍ମଚାରୀଙ୍କୁ ଗାଳିମନ୍ଦ କରୁଛନ୍ତି ମାରପିଟ ପର୍ଯ୍ୟନ୍ତ କଥା ଯାଉଛି ।

ଗତ ୨ ବର୍ଷ‌ରେ ସରକାରୀ କର୍ମଚାରୀଙ୍କୁ ୩୮ ଥର ଆକ୍ରମଣ ହୋଇଛି। ଏଥିପାଇଁ ୩୦ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ସରକାରୀ ତଥ୍ୟ ଅନୁସାରେ, ୨୦୨୪-୨୫ରେ ଏହିପରି ୧୩ଟି ଆକ୍ରମଣ ମାମଲା ରୁଜୁ ହୋଇଛି । ସେହିପରି ୨୦୨୫-୨୬ରେ ୨୫ଟି ମାମଲା ହୋଇଛି । ୨ ବର୍ଷରେ ୩୮ଟି ସ୍ଥାନରେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି । ଏନେଇ ୩୮ଟି ମାମଲା ରୁଜୁ ହୋଇଛି ।

ଏହି ସବୁ ମାମଲାରେ ପୋଲିସ ୩୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ୧୬ ଜଣଙ୍କୁ ନୋଟିସ୍‌ ଦେଇଛି । ଜଣଙ୍କୁ ‌ଜାମିନରେ ଛଡ଼ାଯାଇଛି । ଏହି ୩୮ଟି ମାମଲା ଭିତରୁ ୨୮ଟିରେ ଚାର୍ଜସିଟ୍‌ ପ୍ରଦାନ କରାଯାଇଛି । ବାକି ମାମଲାଗୁଡ଼ିକର ତଦନ୍ତ ଚାଲିଛି ।

Leave A Reply

Your email address will not be published.