ପାରାଦୀପ: ସମୁଦ୍ରକୁ ଟ୍ରଲର ନେଉନାହାଁନ୍ତି ମତ୍ସ୍ୟଜୀବୀ। ଫିସିଂ ନଯାଇ ହାର୍ବରରେ ପଡିରହିଛି 800 ଟ୍ରଲର। ଆଜିଠୁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ମାଛ ନଧାରିବା ପାଇଁ ନିଷ୍ପତ୍ତି। 43 ଟଙ୍କା ଚଢା ଦାମରେ ଡିଜେଲ କିଣୁଥିବା ନେଇ ଅଭିଯୋଗ। ତେଣୁ ଏହାକୁ ପ୍ରତିବାଦ କରି ପାରାଦୀପରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯିବା ବନ୍ଦ କରିଛନ୍ତି। ସେମାନଙ୍କର ବିଭିନ୍ନ ଦାବି ନେଇ ଏହି ବର୍ଜନ ଡାକରା ଦିଆଯାଇଛି। ଯାହାଦ୍ୱାରା ପ୍ରାୟ ୫୦,୦୦୦ ପରିବାର ପ୍ରଭାବିତ ହେବାର ଆଶଙ୍କା ରହିଛି।
ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ଅଭିଯୋଗ କରିଛି ଯେ ଚଢା ଦରରେ ଡିଜେଲ କିଣି ସମୁଦ୍ରକୁ ଯାଇ ମାଛ ଧରି କୌଣସି ମତ୍ସ୍ୟଜୀବୀ ବା ଫିସିଂ ବୋଟ୍ ଲାଭବାନ ହୋଇପାରିବେ ନାହିଁ। ଏହାକୁ ଦୃଷ୍ଟିରେ ରଖି ସଂଘ ଘୋଷଣା କରିଛି ଯେ ଆଜିଠାକୁ କୌଣସି ଫିସଂ ବୋଟ୍ ବା ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇପାରିବେ ନାହିଁ। 2013 ମସିହାରେ ବଲ୍କ୍ ଡିଜେଲ କ୍ୟାଟାଗରୀ ଅନଡରରେ ରଖାଯାଇଥିଲା। ସେହି ସମୟରେ ଦେଶ ସାରା ମତ୍ସ୍ୟଜୀବୀ ଆନ୍ଦୋଳନ କରିଥିଲେ। ସେହି ସମୟର ତତ୍କାଳୀନ ସରକାର ଉକ୍ତ କ୍ୟାଟାଗରୀକୁ ଉଠାଇ ଦେଇ କହିଥିଲେ ଯେ ମତ୍ସ୍ୟଜୀବୀମାନେ କେବେ ବି ବଲ୍କ୍ ଡିଜେଲ କ୍ୟାଟାଗରୀ ଅନଡରରେ ଯିବେ ନାହିଁ। କାରଣ ଏମାନେ ଶିଳ୍ପୀ ନୁହଁନ୍ତି ଏମାନେ ସାଧାରଣ ଗରିବ ମତ୍ସ୍ୟଜୀବୀ।
ଏବେ କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚରୁ ଏପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ପାଇଁ ପୁଣି ଥରେ ବଲ୍କ୍ ଡିଜେଲ କ୍ୟାଟାଗରୀ ଅନଡରରେ ରଖାଯାଇଛି। ଯାହା ଫଳରେ ଫିସଂ ହାର୍ବରରେ ଗୋଟିଏ ଲିଟର ଡିଜେଲ କିଣିବା ପାଇଁ 145 ଟଙ୍କା ଦେବାକୁ ପଡୁଛି। ଏହି ଦର ମତ୍ସ୍ୟଜୀବୀଙ୍କ ପାଇଁ ଅଧିକ। ଯେଉଁଥିପାଇଁ ମତ୍ସ୍ୟଜୀବୀ ଏବେଠାରୁ ଆଉ ଫିସିଂ ପାଇଁ ଯିବେ ନାହିଁ। କେବଳ ଫିସିଂ କଥା ନୁହେଁ, ବରଂ ଟ୍ରେଡ ଉପରେ ନିର୍ଭରଶୀଳ 50 ହଜାର ମତ୍ସ୍ୟଜୀବୀ ନିଜର ଜୀବିକା ହରାଇବାକୁ ଯାଉଛନ୍ତି। ତେଣୁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପାଖରେ ତୈଳ ଦର ହ୍ରାସ କରିବା କିମ୍ବା ବଲ୍କ୍ ଡିଜେଲ କ୍ୟାଟାଗରୀ ଅନଡରରୁ ହଠାଇବା ଏବଂ ଏହାର ସମାଧାନ ପାଇଁ ଦାବି କରିଛି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ।
