Latest Odisha News

BREAKING NEWS

ଫେରିଲା ଲକଡାଉନ୍ : ଆସନ୍ତା ୨୮ ତାରିଖ ଯାଏଁ ମହାରାଷ୍ଟ୍ରରର ଜବତମାଲ୍ ଜିଲ୍ଲା ତାଲାବନ୍ଦ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଜବତମାଲ୍ ଜିଲ୍ଲାରେ ପୁଣି ଥରେ ଲକଡାଉନ୍ ଲାଗୁ କରାଯାଇଛି । ଆସନ୍ତା ୨୮ ତାରିଖ ଯାଏଁ ଜିଲ୍ଲାରେ ଲକଡାଉନ୍ ଜାରି ରହିବ । ଜବତମାଲ୍ ଜିଲ୍ଲାରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଦେବେନ୍ଦ୍ର ସିଂହ ଏହି ଘୋଷଣା କରିଛନ୍ତି । 

ଜିଲ୍ଲାରେ ଡିସେମ୍ବର ମାସରୁ ଜାନୁୟାରୀ ୨୯ ତାରିଖ ମଧ୍ୟରେ କରୋନାରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଫେବୃୟାରୀ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ଜବତମାଲ୍, ପଂଢ଼ରକବଡ଼ା ଏବଂ ପୁସନ୍ଦରେ କରୋନା ଆକ୍ରାନ୍ତ ସଂଖ୍ୟା ସବୁଠୁ ଅଧିକ ବଢ଼ୁଥିବାର ଦେଖିବାକୁ ମିଳିଛି । ଏହି ତିନୋଟି ସ୍ଥାନରେ ପ୍ରତିଦିନ ପାଖାପାଖି ୫ ଶହ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି । 

ବଢ଼ୁଥିବା କରୋନା ସଂଖ୍ୟା ଏବଂ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ରିପୋର୍ଟ ତଲବ କରିଛନ୍ତି ମହାରାଷ୍ଟ୍ର ସରକାର । ଏମିତି କି ଘରୋଇ ହସ୍ପିଟାଲଗୁଡ଼ିକୁ ମଧ୍ୟ ମୃତ୍ୟୁ ସମ୍ପର୍କିତ ତଥ୍ୟ ଦେବାକୁ କୁହାଯାଇଛି ।

ଜବତମାଲ୍ ଜିଲ୍ଲାରେ ଅଧିକ କରୋନା ପ୍ରବଣ ଏବଂ କମ ପ୍ରବଣ ସଂକ୍ରମଣ ଅଂଚଳକୁ ନଜର ରଖାଯାଇଛି । ଆଉ ସେହି ଅଧାରରେ ଲକଡାଉନ୍ କରାଯାଇଛି । 

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪ ହଜାର ୭୮୭ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ବର୍ତମାନ ମହାରାଷ୍ଟ୍ରରେ ୩୮ ହଜାର ୧୩ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏପଟେ ମୁମ୍ବାଇ ମହାନଗରରେ ଗତ ୨୪ ଘଂଟାରେ ୭୨୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ ମୋଟ୍ କରୋନା ସଂକ୍ରମଣଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୭୫୧ରେ ପହଂଚିଥିବା ବେଳେ ବର୍ତମାନ ସୁଦ୍ଧା ୧୧ ହଜାର ୪୨୮ କରୋନା ରୋଗୀଙ୍କ ମତ୍ୟୁ ହୋଇଛି ।

Leave A Reply

Your email address will not be published.