Latest Odisha News

BREAKING NEWS

ୟୁପିଏସସି ବିରୋଧରେ କୋର୍ଟଙ୍କ ଦ୍ବାରସ୍ତ ହେଲେ ପୂଜା ଖେଡକର 

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଟ୍ରେନି ପୂଜା ଖେଡକର ଏବେ ୟୁପିଏସସିର କାର୍ଯ୍ୟାନୁଷ୍ଠାନ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ୟୁପିଏସସିର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପୂଜା ଖେଡକର ହାଇକୋର୍ଟରେ ଏକ ପିଟିସନ ମଧ୍ଯ ଦାଖଲ କରିଛନ୍ତି।

ଗତ ସପ୍ତାହରେ, ମହାରାଷ୍ଟ୍ର କ୍ୟାଡର ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ବିରୋଧରେ ୟୁପିଏସସି ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। UPSC ଗତ ବୁଧବାର ପୂଜା ଖେଡକରଙ୍କ ଆଇଏଏସ ପ୍ରାର୍ଥିତ୍ୱକୁ ବାତିଲ କରିଦେଇଥିଲା। ଏପରିକି ଭବିଷ୍ୟତରେ UPSC ପରୀକ୍ଷାରେ ଆଣ୍ଟେଣ୍ଡ କରିବାର ସମସ୍ତ ରାସ୍ତା ମଧ୍ଯ ବନ୍ଦ କରିଦେଇଛି।

Comments are closed.