Latest Odisha News

ରାଜଧାନୀରେ ପୂଜା ପ୍ରସ୍ତୁତି: ୮୦ ଫୁଟ ଉଚ୍ଚତାର ତୋରଣରେ ଶୋଭାପାଇବ ଭୌମନଗର ପୂଜାମଣ୍ଡପ

ଭୁବନେଶ୍ୱର: ରାଜଧାନୀର ଭୌମନଗର ଉନ୍ନୟନ ପରିଷଦ ୂଜା ମଣ୍ଡପକୁ ୩୩ବର୍ଷରେ ପଦାର୍ପଣ କଲାଣି । କିଛି ଟଙ୍କାରେ ଆରମ୍ଭ ହୋଇଥିବା ମାଙ୍କ ପୂଜା ପ୍ରତିବର୍ଷ ବଡ଼ ଆକାରରେ ହୋଇ ଚାଲିିଛି । ଏଥର ମା’ଙ୍କ ମେଢ଼ ଚୌଦ୍ୱାରର କାରିଗରଙ୍କ ଦ୍ୱାରା ତିଆରି ହୋଇଛି । କାଳ୍ପନିକ ତୋରଣର ଉଚ୍ଚତା ରହିବ ୮୦ ଫୁଟ୍ ଓ ଚଉଡ଼ା ରହିବ ୭୦ ଫୁଟ୍ । ଚଳିତବର୍ଷ ମା’ଙ୍କ ପାଖରେ ଚାରିଦିନ ଯାକ ଅନ୍ନ ଭୋଗ ଲାଗିବ । ଏହି ପ୍ରସାଦକୁ ହଜାରରୁ ଅଧିକ ଲୋକ ସେବନ କରିବେ । ସେହିପରି ସନ୍ଧ୍ୟାରେ ଖେଚୁଡ଼ି ଭୋଗ ଲାଗି ହେବ ।

ସାଧାରଣ ଲୋକଙ୍କ ମନୋରଞ୍ଜନ ପାଇଁ ମଣ୍ଡପ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଥମ ଦୁଇଦନି ‘ମୁଁ ଗାଇବି ଓ ମୁଁ ନାଚିବି’ ପରି ଛୋଟ ପିଲାଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ । ତୃତୀୟ ଦିନ ଭଜନ ସନ୍ଧ୍ୟା ଓ ଚତୁର୍ଥ ଦିନ ମେଲେଡ଼ି ବ୍ୟବସ୍ଥା ରହିଛି । ସେହିପରି ପୂଜା ବଜାରରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କମିଶନ୍ରେଟ୍ ପୁଲିସ ପକ୍ଷରୁ ସ୍ୱେଚ୍ଛାସେବୀ ମାନଙ୍କୁ ଟ୍ରେନିଂ ଦିଆଯିବ ।

ମଣ୍ଡପ ପାଖରେ ଭିଡ଼ ନହେବା ପାଇଁ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଛି । ପାର୍କିଂ ପାଖରେ ଦୁଇରୁ ଅଧିକ ସ୍ୱେଚ୍ଛାସେବୀ ରହିବେ । ସୁରକ୍ଷାକୁ ନଜରରେ ରଖି ପୂଜା ମଣ୍ଡପ ପରିସରରେ ୧୫ଜଣ ଭଲ୍ୟୁଣ୍ଟରଙ୍କୁ ନିଯୁକ୍ତି ଦିଆଯିବ । ତା’ସହିତ ପୂଜା ପରିସରରେ ୪ଟି ସିସିଟିଭି ଲାଗାଯିବ ।

ମା’ଙ୍କ ପାଖରେ ଲାଇଟ ମୁଖ୍ୟ ଆକର୍ଷଣ ସାଜିବ । ଏଥର ଡିଜେ ବଜାଇବା ଉପରେ କଟକଣା ଲାଗିଥିବାରୁ ଭସାଣିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଘଣ୍ଟ ଓ ଶଙ୍ଖୁଆଳଙ୍କୁ ନେଇ ମା’ଙ୍କୁ ମେଲାଣି ଦିଆଯିବ ।\nପୂଜା ସମ୍ପର୍କରେ ଭୌମନଗର ଉନ୍ନୟନ ପରିଷଦର କମକର୍ତ୍ତା କୁହନ୍ତି, ଚଳିତ ବର୍ଷ ମା’ଙ୍କ ପାଖକୁ ଆସୁଥିବା ଭକ୍ତ ମାନଙ୍କୁ ପଲିଥ୍ିନ୍ ବ୍ୟବହାର ନକରିବାକୁ ସଚେତନତା କରାଯିବ । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି ବ୍ୟବସ୍ଥା କରାଯାଇଛି । ମଣ୍ଡପରେ ମା’ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ସମ୍ପୂର୍ଣ୍ଣ ଅବରୋଧମୁକ୍ତ ବାଟ ପ୍ରଦର୍ଶନ କରାଯିବ ।

Leave A Reply

Your email address will not be published.