Latest Odisha News

BREAKING NEWS

କ୍ରିକେଟର ବିକାଶ ଲାଗି କ୍ରୀଡ଼ା ସାମ୍ବାଦିକଙ୍କ ସହଯୋଗ ନିତାନ୍ତ ଆବଶ୍ୟକ: ଓସିଏ ସମ୍ପାଦକ

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ନବ ନିର୍ବାଚିତ କର୍ମକର୍ତ୍ତା ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା) ପକ୍ଷରୁ ଗୁରୁବାର ଦିନ ଏକ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।

BjdElectrycity

ରାଜ୍ୟରେ କ୍ରିକେଟର ବିକାଶ ପାଇଁ ଆମ ନୂଆ ଟିମ୍‍ ଖୁବ୍‍ ନିଷ୍ଠାର ସହ କାମ କରିବାକୁ ନିଷ୍ପତ୍ତି ନେଇଛି । ତୃଣମୂଳ ସ୍ତରରୁ ପ୍ରତିଭାଙ୍କ ବିକାଶ ସହ ଏକାଡେମୀ ସ୍ଥାପନ କରିବା ଏବଂ କ୍ରିକେଟ ଭିତ୍ତିଭୂମିର ଉନ୍ନତି ପାଇଁ ଆମେ କାମ କରିବାକୁ ଯାଉଛୁ । କ୍ରିକେଟ୍‍ର ଏହି ବିକାଶ ଯାତ୍ରାରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଙ୍ଘର ସବୁ ସଦସ୍ୟମାନେ ଗଠନମୂଳକ ସହଯୋଗ କରିବାକୁ ଗୁରୁବାର ଦିନ ଅନୁରୋଧ କରିଛନ୍ତି ଓଡ଼ିଶା କ୍ରିକେଟ ସଂଘର ସଦ୍ୟ ନିର୍ବାଚିତ ସମ୍ପାଦକ ସଞ୍ଜୟ ବେହେରା ।

ଗୁରୁବାର ମଧ୍ୟାହ୍ନରେ ଓସିଏ ଅଫିସରେ ନବ ନିର୍ବାଚିତ ଓସିଏ ପଦାଧିକାରୀମାନଙ୍କୁ ସାକ୍ଷାତ କରିଥିଲା ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ । ରାଜ୍ୟରେ କ୍ରିକେଟ୍‍ର କିପରି ସର୍ବାଙ୍ଗୀନ ବିକାଶ ହୋଇପାରିବ, ସେଥିପାଇଁ ପରାମର୍ଶ ଦେବାକୁ ସେ ଅନୁରୋଧ କରିଥିଲେ । କ୍ରୀଡ଼ା ସାମ୍ବାଦିକମାନଙ୍କର ସମସ୍ତ ଅସୁବିଧା ଦୂର ପାଇଁ ଯଥାସମ୍ଭବ ଚେଷ୍ଟା ଓସିଏ ପକ୍ଷରୁ କରାଯିବାର ପ୍ରତିଶ୍ରୁତି ଦେଇଥିଲେ ।

ଟୁଇନ୍‍ସିଟିରେ ମିଡିଆ କପ୍‍ କି୍ରକେଟ୍‍ ଆୟୋଜନ କରାଯିବା ବେଳେ ସହଯୋଗ କରିବାର ପ୍ରତିଶ୍ରୁତି ଓସିଏ ପକ୍ଷରୁ ଦିଆଯାଇଥିଲା । ଓସିଏ ଓ ଓସ୍‍ଜା ଭେଟଭାଟ ବେଳେ ସମ୍ପାଦକ ସଞ୍ଜୟ ବେହେରାଙ୍କ ବ୍ୟତୀତ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହେତାବ ଖାଁ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଏବଂ ଆପେକ୍ସ କାଉନ୍‍ସିଲ୍‍ ସଦସ୍ୟ ସୁଭାଶିଷ ସେନାପତି ଉପସ୍ଥିତ ଥିଲେ ।

ଏହି ପରିପ୍ରେକ୍ଷୀରେ ଓସ୍‍ଜାର ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ. ରବି, ଉପସଭାପତି ଦେବୀପ୍ରସନ୍ନ ମହାନ୍ତି, ସମ୍ପାଦକ ସମ୍ବିତ୍‍ ମହାପାତ୍ର, ଯୁଗ୍ମ ସମ୍ପାଦକ ତପନ କୁମାର ସ୍ୱାଇଁ, ଦେବାଶିଷ ସୁନ୍ଦର ରାୟ, ସୂର୍ଯ୍ୟପ୍ରସାଦ ରଥ, ତନ୍ମୟ ଦାସ, ଦିପ୍ତୀ ରଞ୍ଜନ ସାମଲ, ବେଣୁଧର ଦାସ, ସୌଭାଗ୍ୟ କୁମାର ରଥ, ସୁଜିତ୍‍ ଦାସ, ସନ୍ତୋଷ ମହାନ୍ତି, କୁମାରଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.