Latest Odisha News

BREAKING NEWS

ପୁଲୱାମା ଆକ୍ରମଣ: ମାଷ୍ଟରମାଇଣ୍ଡର ମୋବାଇଲରୁ ମିଳିଲା ବୋମା ତିଆରି କରିବାର ଭିଡିଓ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ସିଆରପିଏଫଙ୍କ ଶିବିରରେ ଆତଙ୍କବାଦୀ ଆକ୍ରମଣ ମାମଲାରେ ଖୁଲାସା ହୋଇଛି । ଆକ୍ରମଣରେ ମାଷ୍ଟରମାଇଣ୍ଡ କାମରାନ ଓରଫ ଗାଜି ରଶିଦର ମୋବାଇଲରୁ କିଛି ତଥ୍ୟ ହାସଲ ହୋଇଛି ।

ଆକ୍ରମଣର ୪ଦିନ ପରେ କାମରାନକୁ ଗୁଳି କରି ହତ୍ୟା କରାଯାଇଥିଲା । କାମରାନର ମୋବାଇଲରୁ ଏମିତି କିିଛି ଭିଡିଓ ମିଳିଛି, ଯେଉଁଥିରେ ବିସ୍ଫୋରକ ସାମଗ୍ରୀର ବ୍ୟବହାର କରି ବୋମା ତିଆରି କରିବାର ଉପାୟ ଅଛି । ପାକିସ୍ତାନରୁ ବିସ୍ଫୋରକ ସାମଗ୍ରୀ ଆସିଥିବା ନେଇ ଏନଆଇଏ ପାଖରେ ଠୋସ ପ୍ରମାଣ ରହିଛି । ଜୈଶ କମାଣ୍ଡରର କିଛି ଫୋନ ନମ୍ବର ମଧ୍ୟ ଜଣାପଡିଛି ।

Leave A Reply

Your email address will not be published.