ପୁଲୱାମା: ଭାରତୀୟ ସୁରକ୍ଷାକର୍ମୀଙ୍କ ସତର୍କତା ଓ ଗୋଇନ୍ଦା ବିଭାଗର ଆଲର୍ଟ ଯୋଗୁ ଜମ୍ମୁ-କଶ୍ମୀରର ପୁଲୱାମାରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ରକୁ ବିଫଳ କରି ଦିଆଯାଇଛି । ବିସ୍ଫୋରଣ ଘଟାଇବା ପାଇଁ ଆତଙ୍କବାଦୀମାନେ ୨୦କେଜିର ଆଇଡି ଗୋଟିଏ କାରରେ ରଖିଥିଲେ ।
ସୁରକ୍ଷାକର୍ମୀ ଗାଡିକୁ ଜବତ କରି ନିଛାଟିଆ ସ୍ଥାନରେ ବିସ୍ଫୋରଣ କରି ନଷ୍ଟ କରି ଦେଇଥିଲେ । ଏହାର ଭିଡିଓ ସାର୍ବଜନନୀ କରାଯାଇଛି । ତେବେ କାରର ଡ୍ରାଇଭର ଖସି ଯାଇଛି । ତାକୁ ଧରିବା ପାଇଁ ସର୍ଚ୍ଚ ଅପରେଶନ ଜାରି କରାଯାଇଛି । ରାଜପୋରା ଚେକ୍ ପଂଏଟରେ କାର ଅଟକିବା ବଦଳରେ ଖସି ପଳାଇବା ପାଇଁ ଚେଷ୍ଟା କରିଥିଲା । ସୁରକ୍ଷାକର୍ମୀ ଗୁଳିମାଡ କରିଥିଲେ । ଫଳରେ ଭୟରେ ଡ୍ରାଇଭର ଗାଡି ଛାଡି ପଳାଇ ଯାଇଥିଲା ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.