Latest Odisha News

ଇଣ୍ଟରନେଟ୍‌ ସେନ୍ସେସନ୍‌‌ ପାଲଟିଛି ଅଟୋ ଚାଳକଙ୍କ ‘ଲାବ୍‌ନୀ’ ନୃତ୍ୟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକ ଲୋକପ୍ରିୟ ନୃତ୍ୟଶୈଳୀ ହେଉଛି ‘ଲାବ୍‌ନୀ’। ତେବେ ଲାବ୍‌ନୀ କରୁଥିବା ଜଣେ ଅଟୋ ଡ୍ରାଇଭରର ଭିଡିଓ ଏବେ ଇଣ୍ଟରନେଟ୍‌ରେ ବେଶ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ମହାରାଷ୍ଟ୍ର ସୂଚନା କେନ୍ଦ୍ରର ଡେପୁଟି ଡାଇରେକ୍ଟର ଦୟାନନ୍ଦ କାମ୍ବଲେ ଟ୍ୱିଟରରେ ସେୟାର କରିଛନ୍ତି।

ଏହି ଭିଡିଓରେ ଜଣେ ବ୍ୟକ୍ତି ଲୋକପ୍ରିୟ ଗୀତ ‘ମାଲା ଜାଉ ଦ୍ୟାନା ଘାରୀ’ରେ ନାଚୁଥିବାର ଦେଖିବାକୁ ମିଳିଛି। ଏହି ବ୍ୟକ୍ତିଙ୍କୁ ପୁଣେର ବାବାଜୀ କାମ୍ବଲେ ବୋଲି ଚିହ୍ନଟ କରି ଦୟାନନ୍ଦ କାମ୍ବଲେ ଭିଡିଓ କ୍ୟାପସନରେ ସେୟାର କରିଛନ୍ତି, “ସେ ବାରାମତୀ, # ପୁଣେରୁ ଅଟୋ ଡ୍ରାଇଭର ଅଟନ୍ତି। ତାଙ୍କୁ ପ୍ରସିଦ୍ଧ କର।”

ଭିଡିଓ ପ୍ରଥମେ ମାର୍ଚ୍ଚ ୧୨ରେ ମହାରାଷ୍ଟ୍ର ସୂଚନା କେନ୍ଦ୍ରର ଡେପୁଟି ଡାଇରେକ୍ଟରଙ୍କ ଦ୍ୱାରା ସେୟାର କରାଯାଇଥିଲା। ପରେ ସେ ଅଟୋ ଡ୍ରାଇଭର ବିଷୟରେ ଅଧିକ ସୂଚନା ଦେଇ କ୍ଲିପକୁ ରିଟ୍ୱିଟ କରିଥିଲେ।

ପ୍ରାୟ ୪ ମିନିଟର ଲମ୍ବା ଭିଡିଓରେ, କାମ୍ବଲେ ଏକ ଅଟୋ ଷ୍ଟାଣ୍ଡରେ ଲୋକପ୍ରିୟ ଲାବ୍‌ନୀ ଷ୍ଟେପ୍ କରି ନିଜର ନୃତ୍ୟ ଆରମ୍ଭ କରିଥିଲେ।

ଭିଡିଓଟି ସେୟାର ହେବା ପରେ, ଭିଡିଓକୁ ୭୧.୮k ରୁ ଅଧିକ ଭ୍ୟୁ ଏବଂ ହଜାର ହଜାର ଲାଇକ୍ ମିଳିଥିଲା।

Comments are closed.