Latest Odisha News

ଆଜିଠାରୁ ପୁଣେରେ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ଆଜିଠାରୁ ପୁଣେରେ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ। କରୋନାଭାଇରସ୍ ମହାମାରୀ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ପୁଣେର ଅଧିକାରୀମାନେ ଶନିବାର ଠାରୁ ୧୨ ଘଣ୍ଟିଆ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି।

ଏହାସହିତ ଜିଲ୍ଲାରେ ବାର, ହୋଟେଲ, ରେଷ୍ଟୁରାଣ୍ଟ ଏବଂ ମଲ୍‌ ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୭ ଦିନ ପାଇଁ ଏହି କଟକଣା ଜାରି ରହିବ ବୋଲି ପୁଣେର ଜଣେ ଅଧିକାରୀ କହିଛନ୍ତି। ଲଗାତାର ଦୁଇ ଦିନ ମଧ୍ୟରେ ୮,୦୦୦ ରୁ ଅଧିକ କୋଭିଡ-୧୯ ମାମଲା ରିପୋର୍ଟ ହେବା ପରେ ପ୍ରଶାସନ ଶୁକ୍ରବାର ଦିନ ଜିଲ୍ଲାରେ କଡା ପ୍ରତିବନ୍ଧକ ଲଗାଇଛି।

Comments are closed.