Latest Odisha News

BREAKING NEWS

ସମ୍ୱଲପୁର ହୋମିଓପାଥି କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ସମ୍ୱଲପୁର: ପୁଣି ସମ୍ୱଲପୁରରୁ ଆସିଛି ରାଗିଂ ଅଭିଯୋଗ । ଭାମସାର, ଭିସୁଟ୍ ପରେ ସମ୍ୱଲପୁରରେ ହୋମିଓପାଥି କଲେଜରେ ରାଗିଂ ନେଇ ଅଭିଯୋଗ ଏବେ ସାମନାକୁ ଆସିଛି । ଚାରି ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଦ୍ୱିତୀୟ ବର୍ଷର ଛାତ୍ରୀ । ଛାତ୍ରଙ୍କ ଉପସ୍ଥିତିରେ ୪ ଜଣ ଛାତ୍ରୀ ରାଗିଂ କରିଥିବା ଦିଲ୍ଲୀ ସ୍ଥିତ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଅଭିଯୋଗ ହୋଇଛି, ଗତ ୩୧ ତାରିଖ ସନ୍ଧ୍ୟାରେ ହଷ୍ଟେଲରେ ୪ ଜଣ ସିନିୟର ଛାତ୍ରୀ ଓ ଜଣେ ଛାତ୍ର ରାଗିଂ କରିଥିବା ନେଇ ଅଭିଯୋଗ ହୋଇଛି । ଅସଭ୍ୟ ଭାଷାରେ ଗାଳି ଗୁଳଜ ସହ ନିର୍ୟାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଦ୍ୱିତୀୟ ବର୍ଷର ଛାତ୍ରୀ । ଆଜି ସୁଦ୍ଧା ତଦନ୍ତ ସାରି ଆଣ୍ଟିଂ ରାଗିଂ ସେଲକୁ ରିପୋର୍ଟ ଦିଆଯିବ ବୋଲି ସମ୍ୱଲପୁର ହୋମିଓପାଥି କଲେଜର ପ୍ରିନ୍ସିପାଲ ରାଜେନ୍ଦ୍ର କୁମାର ସିଂ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.