Latest Odisha News

BREAKING NEWS

ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ, ୩ ଗୁରୁତର

ଖୋର୍ଦ୍ଧା: ଦନ୍ତା ହାତୀର ଉତ୍ପାତ । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡ଼ାର ରାମଚଣ୍ଡି ଗାଁରେ ଆଜି ସକାଳୁ ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କୁ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି ।

ମୃତ ମହିଳା ହେଲେ ମଞ୍ଜୁଲତା ବେହେରା । ଆଜି ସକାଳେ ମୃତାହତମାନେ ଘର ବାଡ଼ି ପଟରେ କାମ କରୁଥିବା ବେଳେ ଦନ୍ତା ହାତୀ ଆକ୍ରମଣ କରିଥିଲା । ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଚାଲିଛି । ଫଳରେ ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକ ।

Leave A Reply

Your email address will not be published.