Latest Odisha News

BREAKING NEWS

ପୁନେ ହିଟ୍ ଆଣ୍ଡ ରନ୍ ମାମଲା: ଅଭିଯୁକ୍ତ ନାବାଳକ ୨୫ ବର୍ଷ ଯାଏଁ କାର୍ ଚଳାଇପାରିବ ନାହିଁ

ପୁନେ: ପୁନେ ହିଟ୍ ଆଣ୍ଡ ରନ୍ ମାମଲା । ଅଭିଯୁକ୍ତ ନାବାଳକର ଗାଡିକୁ ଜବତ କରିଛି ପୋଲିସ । ତେବେ ନାବାଳକ ଜଣକ ୨୫ ବର୍ଷ ଯାଏଁ କାର୍ ଚଳାଇପାରିବେନି । ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି ମହାରାଷ୍ଟ୍ରର ଟ୍ରାନ୍ସପୋର୍ଟ କମିଶନର ବିବେକ ଭିମନଓ୍ୱର ।

ଖବର ମୁତାବକ, ଦୁର୍ଘଟଣା ପୂର୍ବରୁ ନାବାଳକ ଦୁଇଟି ପବ୍ ଯାଇଥିଲା । 90 ମିନିଟ୍ ଭିତରେ 48 ହଜାର ଖର୍ଚ୍ଚ କରିଥିଲା । ଉକ୍ତ ବିଲ୍ କୁ ଜବତ କରିଛି ପୋଲିସ ।

ଅଭିଯୁକ୍ତ ଜଣକ ନିଜ ସାଙ୍ଗମାନଙ୍କ ସହ ପ୍ରଥମେ ଶନିବାର ରାତି ୧୦.୪୦ ରେ କୋସି ପବ୍ କୁ ଯାଇଥିଲା । ଉକ୍ତ ପବ୍ ରେ ସର୍ଭିସ ବନ୍ଦ ହେଇଯିବା ପରେ ସେ ସେଠାରୁ ବାହାରି ରାତି ୧୨.୧୦ ରେ ଅନ୍ୟ ଏକ ପବ୍ ବ୍ଲାକ୍ ମ୍ୟାରିଅଟ୍ ରେ ପହଞ୍ଚିଲେ ।

ପୋଲିସ କହିଛି ଯେ ଆମେ ୪୮ ହଜାର ଟଙ୍କାର ଏକ ପବ୍ ବିଲ୍ ଜବତ କରିଛୁ, ଯାହା ନାବାଳକ ଡ୍ରାଇଭର ଏହାକୁ ଭରି ଥିଲେ । ଏହି ବିଲରେ ଅଭିଯୁକ୍ତ ଏବଂ ତାଙ୍କ ସାଙ୍ଗ ମାନଙ୍କୁ ଦିଆଯାଉଥିବା ମଦ ମୂଲ୍ୟ ଏଥିରେ ଅନ୍ତର୍ଭୁକ୍ତ ।

ତେବେ ଏହି ଦୁର୍ଘଟଣାରେ ମଙ୍ଗଳବାର ପୋଲିସ ଅଭିଯୁକ୍ତ ନାବାଳକର ବାପା ଅମିତ ଅଗ୍ରଓ୍ୱାଲଙ୍କୁ ଗିରଫ କରିଥିଲା । ଏହାର କିଛି ସମୟ ପରେ ଦୁର୍ଘଟଣା ପୂର୍ବରୁ ଯେଉଁ ବାର୍‌ରେ ଅଭିଯୁକ୍ତ ପାର୍ଟି କରିଥିଲା ଉକ୍ତ ବାର୍‌ ମାଲିକ ଓ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ତେବେ ଏତେ ବଡ ଦୁର୍ଘଟଣା ଘଟାଇବା ପରେ ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଥିଲା । କିନ୍ତୁ ଗିରଫର ମାତ୍ରି ୧୪ ଘଣ୍ଟା ପରେ ଅଭିଯୁକ୍ତ ନାବାଳକ ହୋଇଥିବାରୁ କୋର୍ଟ କିଛି ସର୍ତ୍ତ ରଖି ଛାଡି ଦେଇଛନ୍ତି । ଯାହାକୁ ନେଇ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସୂଚନାଯୋଗ୍ୟ, ଗତ ଶନିବାର ଜଣେ ୧୭ ବର୍ଷର ନାବାଳକ ନିଜର ଲଗଜୁରୀ ପୋର୍ସ କାର୍‌ ରେ ଦ୍ରୁତ ଗତିରେ ଆସି ଏକ ବାଇକ୍‌ କୁ ଧକ୍କା ଦେଇଥିଲା । ଯେଉଁଥିରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ମୃତକ ଦ୍ବୟ ହେଲେ ମଧ୍ୟପ୍ରଦେଶର ଅନୀଶ ଅୱଧିୟ, ଓ ଅଶ୍ୱିନୀ କୋସ୍ତା । ଉକ୍ତ ୨ ଜଣ ଆଇଟି ଇଞ୍ଜିନିଅର ସେମାନେ ଅଫିସ କାମ ସାରି ଘରକୁ ଫେରୁଥିଲେ ।

Leave A Reply

Your email address will not be published.