Latest Odisha News

BREAKING NEWS

ପ୍ୟାରିସ ଅଲିମ୍ପିକ୍ସ: ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଭାରତର ସ୍ୱତନ୍ତ୍ର ସୁରକ୍ଷା ଟିମ ଯିବ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପାଇଁ ଆଉ ଅଳ୍ପ ଦିନ ଥିବାରୁ ଏବେ ଏହାର ସୁରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଆରମ୍ଭ ହୋଇଛି । ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଭାରତ ଏକ ସ୍ୱତନ୍ତ୍ର ଟିମ ପଠାଇବ । ଏଥିରେ ସୁରକ୍ଷା ବିଶେଷଜ୍ଞମାନେ ରହିବେ । ଫ୍ରାନ୍ସକୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଫ୍ରାନ୍ସରେ ଅନେକଗୁଡିଏ ଆତଙ୍କବାଦୀ ଆକ୍ରମଣ ହୋଇଥିବାରୁ ଭାରତ ଏହାର ମୁକାବିଲା ପାଇଁ ସହଯୋଗ କରିବ । ଉଭୟ ଦେଶ ଏ ନେଇ ସହମତ ହୋଇଛନ୍ତି । ୨୦୧୯ ପୁଲୱାମା ଆକ୍ରମଣ ଘଟଣାରେ ଭାରତକୁ ଫ୍ରାନ୍ସ ସମର୍ଥନ କରିଥିଲ । ।

ଏପରିକି ପାକିସ୍ତାନର ଆତଙ୍କବାଦୀ ହାଫିଜ ସଇଦ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଯୁକ୍ତି ବାଢ଼ିଥିଲା । ଭାରତ ଜି୨୦ ଶିଖର ସମ୍ମିଳନୀ ସମେତ ଅନେକ ବଡ ବଡ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ସଫଳତାପୂର୍ବକ ଆୟୋଜନ କରିଛି । ଭାରତର ଅଭିଜ୍ଞତା ଫ୍ରାନ୍ସକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.