ହରିଆଣା : ମେ ୧ ଯାଏଁ ପଂଜାବରେ ବଢିଲା ଲକ୍ଡାଉନ ଅବଧି । ଆଜି ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହି ଘୋଷଣା କରିଛନ୍ତି । ଓଡିଶା ପରେ ପଂଜାବ ଲକ୍ ଡାଉନ ଅବଧି ବଢାଇବାରେ ଦ୍ୱିତୀୟ ରାଜ୍ୟ ।
ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ୨୧ ଦିନିଆ ଲକ୍ ଡାଉନ ଆସନ୍ତା ୧୪ ତାରିଖରେ ଶେଷ ହେବ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଲକ୍ ଡାଉନ ଅବଧିକୁ ବଢାଇପାରନ୍ତି ।
ପଂଜାବରେ ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଏହି ନିଷ୍ପତି ହୋଇଛି । ଆଗକୁ ଗହମ ଅମଳ ସମୟ ଆସୁଥିବାରୁ ମଣ୍ଡିଗୁଡିକରେ ପ୍ରବଳ ଗହଳି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ଲକ୍ ଡାଉନ ଅବଧିକୁ ବଢାଯାଇଛି ।
ପଂଜାବରେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଥିବା ବେଳେ ୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
Comments are closed.